Below header

ଖୁସି ଖବର ! ଆଜି ଏତିକି ଟଙ୍କା ରହିଛି ସୁନା ଦର, ଶୀଘ୍ର ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ ମାର୍କେଟରେ ଦାମ ହ୍ରାସ ଏବଂ ଘରୋଇ ସ୍ତର ଉପରେ ସୁସ୍ଥ ଦାବି କାରଣରୁ ବୁଧବାର ସୁନାର ଦାମ ହ୍ରାସ କରାଯାଇଛି। ରାଜଧାନୀ ଦିଲ୍ଲୀରେ ବୁଧବାର ଦିନ ସୁନାର ଦର ୭୦ ଟଙ୍କା ଖସି ୩୫,୦୦୦ ଟଙ୍କା ପ୍ରତି ଗ୍ରାମ ହୋଇଯାଇଛି। ସେହିଭଳି ରୂପାର ଦାମ ୬୦୦ ଟଙ୍କାରୁ ବଢ଼ି କିଲୋଗ୍ରାମ ପ୍ରତି ୪୦,୧୯୦ ଟଙ୍କା ହୋଇଯାଇଛି। ବ୍ୟବସାୟୀଙ୍କ ମୁତାବକ ବୈଶିକ ସ୍ତର ମଧ୍ୟରେ ଅଳଙ୍କାର ବ୍ୟବସାୟୀଙ୍କ କମ୍‌ ଦାବି ଦ୍ୱାରା ସୁନାର ଦର ହ୍ରାସ ପାଇଛି। ବୈଶିକ ସ୍ତର ଉପରେ ନ୍ୟୁୟର୍କରେ ସୁନା ଦର ହ୍ରାସ ପାଇ ଆଉନ୍ସ ପ୍ରତି ୧,୪୦୨.୮୦ ଡଲାର ହୋଇଥିବାବେଳେ ରୂପା ବଢ଼ି ୧୫.୬୫ ଡଲାର ପ୍ରତି ଆଉନ୍ସ ହୋଇଛି।

goldସୁନାର ନୂଆ ଦାମ

ଅଲ ଇଣ୍ଡିଆ ସରଫା ଆସୋସିଏସନ ମୁତାବକ ଦିଲ୍ଲୀ ସର୍ରରଫା ବଜାରରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୂନା କ୍ରମଶଃ ୭୦-୭୦ ଟଙ୍କା ହ୍ରାସ ପାଇ ୩୫,୫୦୦ ଟଙ୍କା ଏବଂ ୩୫,୩୩୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରହିଛି।

ଏହା ସହ ପଢନ୍ତୁ : ୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା ଚାକିରିଆଙ୍କୁ ସରକାରଙ୍କ ଉପହାର, ଆସନ୍ତା ମାସରୁ ଏତିକି ଅଧିକ ମିଳିବ ଦରମା

ରୂପା ଦର ବୃଦ୍ଧି ପାଇଛି

ରୂପା ଦର ୬୬୦ ଟଙ୍କାରୁ ବୃଦ୍ଧି ପାଇ୪୦,୧୯୦ ଟଙ୍କା ପ୍ରତି କିଲୋଗ୍ରାମ ଏବଂ ସାପ୍ତାହିକ ଆଧାର ଉପରେ ଡେଲିଭରୀ ବିଶିଷ୍ଟ ରୂପା ବଢ଼ିବା ସହିତକିଲୋଗ୍ରାମ ପ୍ରତି ୩୯,୩୯୭ ଟଙ୍କା ପହଁଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.