Below header

ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ପ୍ରଶଂସା , ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓଡିଆ ଛାତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ(କେନ୍ୟୁଜ୍) : ସଂସଦୀୟ କ୍ଷେତ୍ରରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ପ୍ରଶଂସା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାରତ ଓଡିଆ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏହାସହ ଝିଅମାନଙ୍କୁ କେଜରୁ ପିଜି ଯାଏ ମାଗଣା ଶିକ୍ଷା, ଗରିବ ଝିଅମାନଙ୍କ ପାଇଁ ବିଭିନ୍ନ ଯୋଜନାକୁ ମଧ୍ୟ ସ୍ୱାଗତ କରିଛନ୍ତି । ମହିଳାଙ୍କ ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ମତ ରଖିଛନ୍ତି । ଏହାସହ ସମସ୍ତଙ୍କୁ ନିଜର ମତାଧିକାର ସାବ୍ୟସ୍ତ ପାଇଁ ମତଦାନ କରିବାକୁ ନିବେଦନ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ବ୍ୟୁରୋ ଚିଫ୍‌ ଆଶୁତୋଷ ରାଉତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.