Below header

ବିଷ ପିଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି, ମାନସିକ ଦୁଶ୍ଚିନ୍ତା ସନ୍ଦେହ

ଜୀବନ ହାରିଲେ ବୃଦ୍ଧ ଦମ୍ପତି । ବିଷ ପିଇ ଜୀବନ ହାରିଥିବା ସନ୍ଦେହ । ପାରଳାଖେମୁଣ୍ତି ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ନବୀନ ଆଚାର୍ଯ୍ୟ ଓ ବାସନ୍ତୀ ଆଚାର୍ଯ୍ୟ ।

ପାରଳାଖେମୁଣ୍ତି (କେନ୍ୟୁଜ): ଜୀବନ ହାରିଲେ ବୃଦ୍ଧ ଦମ୍ପତି । ବିଷ ପିଇ ଜୀବନ ହାରିଥିବା ସନ୍ଦେହ । ପାରଳାଖେମୁଣ୍ତି ଥାନା ଅନ୍ତର୍ଗତ କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ନବୀନ ଆଚାର୍ଯ୍ୟ ଓ ବାସନ୍ତୀ ଆଚାର୍ଯ୍ୟ । ମାନସିକ ଦୁଶ୍ଚିନ୍ତାରୁ ସେମାନେ ଏପରି କରିଥିବା କୁହାଯାଉଛି ।

ଗତକାଲି ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ସେମାନଙ୍କ ଦୁଇ ପୁଅ ଜଣେ ବ୍ରହ୍ମପୁର ଓ ଆଉ ଜଣେ ପାରଳାଖେମୁଣ୍ଡିରେ ଅଲଗା ରହୁଥିଲେ। ପାରଳାଖେମୁଣ୍ଡି କେଉଟ ସାହିରେ ଭଡ଼ା ଘରେ ରହୁଥିଲେ ନବୀନ ଓ ବାସନ୍ତୀ । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ପୁଅ ଅରୁଣ କୁମାର ଆଚାର୍ଯ୍ୟ ଜଣାଇବା ପରେ ଏକଥା ପଦାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.