ନୂଆ ଷ୍ଟାଇଲ୍‌ରେ ସାମ୍ନାକୁ ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ପୋଷ୍ଟର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ସିଦ୍ଧାର୍ଥ ମଲହୋତ୍ରା ଇନଷ୍ଟାରେ ତାଙ୍କ ଫିଲ୍ମ ପୋଷ୍ଟରର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ କିପରି ପୋଷ୍ଟର ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲ୍‌ରେ ରିଲିଜ୍ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାଲି ସେତିକି ନୁହେଁ, ଫିଲ୍ମ ‘ଯୋଦ୍ଧା’ର ପୋଷ୍ଟର ମଧ୍ୟ ୧୩,୦୦୦ ଫୁଟ ଉଚ୍ଚରୁ ରିଲିଜ୍‌ କରାଯାଇଛି ।

ଫ୍ୟାନ୍ସମାନେ ବହୁତ ଦିନ ଧରି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପ୍‌କମିଂ ଫିଲ୍ମ ‘ଯୋଦ୍ଧା’କୁ ଅପେକ୍ଷା କରିଛନ୍ତି । ତେବେ ଫିଲ୍ମର ନାମରୁ ଏହା ଜଣାପଡୁଛି ଯେ ଏଥିରେ ବହୁତ ଆକ୍ସନ୍ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ନିକଟରେ ଫିଲ୍ମର ନିର୍ମାତାମାନେ ଫିଲ୍ମର ପୋଷ୍ଟରକୁ ଏପରି ଷ୍ଟାଇଲ୍‌ରେ ସେୟାର କରିଛନ୍ତି ଯାହା ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହା ସହିତ ଫିଲ୍ମର ରିଲିଜ୍ ଡେଟ୍‌ ଏବଂ ଟିଜର ସମ୍ବନ୍ଧୀୟ ଅପଡେଟ୍ ମଧ୍ୟ ଦେଇଛନ୍ତି । କିନ୍ତୁ ଫିଲ୍ମର ପୋଷ୍ଟର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ବାସ୍ତବରେ ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଇନଷ୍ଟାରେ ତାଙ୍କ ଫିଲ୍ମ ପୋଷ୍ଟରର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ କିପରି ପୋଷ୍ଟର ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲ୍‌ରେ ରିଲିଜ୍ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାଲି ସେତିକି ନୁହେଁ, ଫିଲ୍ମ ‘ଯୋଦ୍ଧା’ର ପୋଷ୍ଟର ମଧ୍ୟ ୧୩,୦୦୦ ଫୁଟ ଉଚ୍ଚରୁ ରିଲିଜ୍‌ କରାଯାଇଛି । ଭିଡିଓରେ ଆପଣ ଦେଖିପାରିବେ ଯେ ଫିଲ୍ମର ଟିମ୍ ପ୍ଲେନ୍‌ରୁ ଡେଇଁପଡୁଛନ୍ତି ଏବଂ ହାତରେ ପୋଷ୍ଟର ଧରି ସ୍କାଏଡାଇଭିଂ କରୁଛନ୍ତି । ଏବେ ଫ୍ୟାନ୍ସମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ପୋଷ୍ଟର ରିଲିଜ୍ ଦେଖିବା ପାରେ ଲୋକମାନେ ବହୁତ ଖୁସି ହୋଇଛନ୍ତି । ଏହି ପୋଷ୍ଟର ରିଲିଜ୍ ର ଷ୍ଟାଇଲ୍‌ ଦେଖିବା ପରେ ସମସ୍ତେ ଏହାକୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ପୋଷ୍ଟର ରିଲିଜ୍ ହେବା ସହିତ ଟିଜରର ରିଲିଜ୍ ଡେଟ୍‌ ମଧ୍ୟ ପ୍ରକାଶ କରାଯାଇଛି । ଫିଲ୍ମ ‘ଯୋଦ୍ଧା’ର ଟିଜର ଫେବୃଆରୀ ୧୯ ରେ ମୁକ୍ତିଲାଭ କରିବ । ଫିଲ୍ମର ଏହି ପୋଷ୍ଟର ଦେଖିବା ପରେ ଏବେ ପ୍ରଶଂସକମାନେ ଟିଜରକୁ ଅପେକ୍ଷା କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଫିଲ୍ମ ‘ଯୋଦ୍ଧା ମାର୍ଚ୍ଚ ୧୫ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ସିଦ୍ଧାର୍ଥ ମଲହୋତ୍ରାଙ୍କ ବ୍ୟତୀତ ଏହି ଫିଲ୍ମରେ ଦିଶା ପାଟାନି ଏବଂ ରାଶି ଖାନ୍ନା ମଧ୍ୟ ଅଭିନୟ କରିଛନ୍ତି । ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ଫିଲ୍ମ ‘ଯୋଦ୍ଧା’ ତିଆରି କରାଯାଇଛି । ଏହା ସହ ଫିଲ୍ମଟି ୟଶ ଜୋହର, କରଣ ଜୋହର, ଆପୋରଭା ମେହେଟ୍ଟା ଏବଂ ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ମିତ ହୋଇଛି ।

 

View this post on Instagram

 

A post shared by Sidharth Malhotra (@sidmalhotra)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.