ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା SNCUରୁ ନବଜାତ ନିଖୋଜ
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା SNCUରୁ ନବଜାତ ନିଖୋଜ ଅଭିଯୋଗ । ଏନେଇ ଶିଶୁ ପୁତ୍ରର ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କଣ୍ଟାମାଳ ଥାନା ବୁର୍ଡିପଦର ଗାଁର ଝୁମକି ଦଳବେହେରାଙ୍କ ଶିଶୁ ପୁତ୍ର ଚିକିତ୍ସା ପାଇଁ SNCUରେ ଭର୍ତ୍ତି କରାଯାଇଥିଲା ।
ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା SNCUରୁ ନବଜାତ ନିଖୋଜ ଅଭିଯୋଗ । ଏନେଇ ଶିଶୁ ପୁତ୍ରର ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କଣ୍ଟାମାଳ ଥାନା ବୁର୍ଡିପଦର ଗାଁର ଝୁମକି ଦଳବେହେରାଙ୍କ ଶିଶୁ ପୁତ୍ର ଚିକିତ୍ସା ପାଇଁ SNCUରେ ଭର୍ତ୍ତି କରାଯାଇଥିଲା । ଶିଶୁପୁତ୍ର ନିଖୋଜ ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ତେବେ କିଛି ଫଟୋ ଦେଖି ଜଣେ ଯୁବକଙ୍କ ଉପରେ ସନ୍ଦେହ ହୋଇଛି ।