Below header

କ୍ଲବ ଘରୁ ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଯାଜପୁର (କେନ୍ୟୁଜ) : କ୍ଲବ ଘର ଭିତରୁ ଯୁବକଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନାନପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ନାନପୁର ଗ୍ରାମର ବୈକୁଣ୍ଠ ନାୟକଙ୍କ ପୁଅ ମାନସ ନାୟକ। ଆଜି ଦିନ ୨ଟା ସମୟରେ କ୍ଲବ ଘରେ ମାନସର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ତେବେ ଏହି ସମୟରେ କ୍ଲବ ଘର କବାଟଟି ଖୋଲା ଥିବା ବେଳେ ଚଟାଣରେ ରକ୍ତ ପଡିଥିଲା। ପାରିପାର୍ଶ୍ୱକ ଅବସ୍ଥାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ବ୍ୟବଛେଦ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.