ଚୋରର ମହାନତା, ଚୋରି କରିଥିବା ଗାଡିକୁ ଫେରାଇ ମାଗିଲେ କ୍ଷମା

କେନ୍ୟୁଜ (ବ୍ୟୁରୋ) : ଚୋରି କଲେ ପୁଣି କ୍ଷମା ମାଗିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୁର୍ଲା ସହରରେ। ବୁର୍ଲା ଭିମସାରରେ କାର୍ଯ୍ୟରତ ସିନିଅର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦନୀ ନିଜ ଭଡା ଘରେ ଗତ କାଲି ନିଜର OR 17 B 7085 ନମ୍ବର ବିଶିଷ୍ଟ ଡିସ୍କଭର ବାଇକକୁ ରଖିଥିଲେ। କେହି ଜଣେ ଦୁର୍ବୁର୍ତ୍ତ ଏହି ଗାଡିଟିକୁ ରାତିରେ ଚୋରିକରି ନେଇଯାଇଥିଲେ। ସକାଳୁ ଗାଡ଼ି ଚୋରି ହୋଇଥିବା ଡାକ୍ତର ଜାଣିପାରି ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ଚୋରଟି ଚୋରି କରିଥିବା ଗାଡିଟିକୁ ନେଇ ବୁର୍ଲା ସହରର ମଧ୍ୟଭାଗରେ ଥିବା କେନାଲ ନିକଟରେ ଏକ ବୁଦାରେ ଗାଡିଟିକୁ ଛାଡି ଦେଇଥିଲେ । ଏବଂ ଏହି ଗାଡ଼ିରେ ଏକ ଚିଠି ଟିଏ ଛାଡ଼ିଦେଇଥିଲା। ଏହି ଚିଠିରେ ଚୋରଟି ଏହି ଗାଡି ଚୋରିକରି ଭୁଲ କରିଥିବା ଏବଂ ତାଙ୍କୁ କ୍ଷମା କରିବା ପାଇଁ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.