Below header

ଆରମ୍ଭ ହେଲା ଅଧିଷ୍ଠାତ୍ରି ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା, ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା’

ଆରମ୍ଭ ହେଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପି ଯାତ୍ରା। ଏଥିପାଇଁ ଗୋପାଳପ୍ରସାଦ ପୀଠ ଚଳଚଞ୍ଚଳ ହୋଇଛି। ମନ୍ଦିରକୁ ରଙ୍ଗୀନ ଆଲୋକରେ ସଜାଯାଇଛି।

ତାଳଚେର (କେନ୍ୟୁଜ): ଆରମ୍ଭ ହେଲା ତାଳଚେରର ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ମାଙ୍କ ପୀଠ। ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଦୀର୍ଘ ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା ହିଙ୍ଗୁଳା । ଭିଡକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ସହ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ତେବେ ମାଆ ବର୍ଷକୁ ଥରେ ଅଗ୍ନିରୂପରେ ଦର୍ଶନ ଦେଇଥାନ୍ତି। ମାଆଙ୍କର ଏହି ଅଗ୍ନିରୂପକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାଆଙ୍କୁ ଧୂପ,ଘିଅ,ଝୋଟ,ଲିଆ,ଉଖୁଡା,କଦଳୀ,ନଡ଼ିଆ,ଗୁଡ଼ ଆଦି ଦେଇ ପୂଜା କରିଥାନ୍ତି।

ଏହି ୯ ଦିନ ଦୂରଦୂରାନ୍ତରୁ ମାଆଙ୍କୁ ଦର୍ଶନ କରିବାପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ହିଙ୍ଗୁଳା ପୀଠରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣାରେ ଭୋଜନ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.