ପୁଣି ଚର୍ଚ୍ଚାରେ ଟ୍ବିଟର: ନୀଳ ପକ୍ଷୀ ବଦଳରେ `ଡଗି’ ହେଲା ନୂଆ ଲୋଗୋ
ବଦଳିଲା ଟ୍ଵିଟର ଲୋଗୋ। ନୀଳ ପକ୍ଷୀ ବଦଳରେ ଡଗି ଚିହ୍ନ ହେଲା ଲୋଗୋ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଏଲନ୍ ମସ୍କ କିଣିବା ପରେ ଲଗାତାର ଚର୍ଚ୍ଚା ଜାରି ରହିଛି । ଟ୍ବିଟର ଫିଚର୍ସକୁ ବାରମ୍ବାର ପରିବର୍ତ୍ତନ କରୁଛନ୍ତି ଏଲନ୍ ମସ୍କ ।

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଟ୍ବିଟର । ଉଡିଗଲା ପକ୍ଷୀ, ଆସିଲା ଡଗି । ବଦଳିଲା ଟ୍ଵିଟର ଲୋଗୋ। ନୀଳ ପକ୍ଷୀ ବଦଳରେ ଡଗି ଚିହ୍ନ ହେଲା ଲୋଗୋ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଏଲନ୍ ମସ୍କ କିଣିବା ପରେ ଲଗାତାର ଚର୍ଚ୍ଚା ଜାରି ରହିଛି । ଟ୍ବିଟର ଫିଚର୍ସକୁ ବାରମ୍ବାର ପରିବର୍ତ୍ତନ କରୁଛନ୍ତି ଏଲନ୍ ମସ୍କ । ଏବେ ଟ୍ବିଟର ଲୋଗୋ ପରିବର୍ତ୍ତନ କରିବା ଖବର ସାମ୍ନାକୁ ଆସିଛି ।
— Elon Musk (@elonmusk) April 3, 2023
ଟ୍ଵିଟର ମାଲିକ ଏଲନ ମସ୍କ ଆଇକୋନିକ ନୀଳ ପକ୍ଷୀ ଲୋଗୋକୁ ବଦଳାଇଦେଇଛନ୍ତି। ଏକ ମଜାଦାର ପୋଷ୍ଟ ସେୟାର ଏନେଇ ସୂଚନା ଦେଇଛନ୍ତି ଏଲନ ମସ୍କ। ଟ୍ଵିଟର ପେଜ୍କୁ ଗଲେ ନୀଳ ପକ୍ଷୀ ବଦଳରେ ଡଗି ଲୋଗୋ ଦେଖିବାକୁ ମିଳୁଛି । ଏହି ଡଗି ଇମେଜ ଡଗିକଏନ ବ୍ଲକ ଚେନ୍ ଓ କ୍ରିପ୍ଟୋକରେନ୍ସିର ଲୋଗୋ । ଟ୍ବିଟର ଲୋଗୋ ପରିବର୍ତ୍ତନ ନେଇ ମାଲିକ ଏଲନ୍ ମସ୍କ ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ହେଲେ ଏହି ଲୋଗୋ କିଛି ସମୟ ପାଇଁ ରଖାଯାଇଥିଲା । ପରେ କୁକୁରକୁ ଲୋଗୋ ସ୍ଥାନରୁ ହଟାଇ ସେହି ସ୍ଥାନରେ ପୁଣି ଥରେ ନୀଳ ପକ୍ଷୀକୁ ରଖାଯାଇଛି । ୨୦୧୩ରେ ମଜ୍ଜାରେ ମଜ୍ଜାରେ ଏହି ଲୋଗୋ ତିଆରି କରାଯାଇଥିଲା ।