Below header

ଲୁଟ୍‌ ପାଇଁ ଯୁବକଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ: ଲୁଟିନେଲେ ଟଙ୍କା ଓ ମୋବାଇଲ

କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ନିକଟରେ ଲୁଟ୍‌ପାଟ୍‌ କରିଛନ୍ତି ଦୁର୍ବୃତ୍ତ। ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ମୋବାଇଲ୍‌ ଛଡ଼ାଇ ଫେରାର ମାରିଥିଲେ ଦୁର୍ବୃତ୍ତ।

କଣ୍ଟାବାଞ୍ଜି (କେନ୍ୟୁଜ): ଲୁଟ୍‌ ପାଇଁ ଛୁରାମାଡ଼। ଲୁଟିନେଲେ ଟଙ୍କା ଓ ମୋବାଇଲ। କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ନିକଟରେ ଲୁଟ୍‌ପାଟ୍‌ କରିଛନ୍ତି ଦୁର୍ବୃତ୍ତ। ବଙ୍ଗୋମୁଣ୍ଡା ଥାନା ତେତେଲପଡା ଗାଁର ରମେଶ ବନଛୋର ଓ ପୃଥ୍ଵୀରାଜ ଚନ୍ଦନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ବସଷ୍ଟାଣ୍ଡକୁ ଆସୁଥିବା ବେଳେ ଚାରି ପାଞ୍ଚ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ଛୁରା ମାଡ଼ କରିଥିଲେ।

ଲୁଟ ସମୟ ରେ ଦୁର୍ବୃତ୍ତ ମାନେ ରମେଶ ବନଛୋରଙ୍କ ଗଳାରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ମୋବାଇଲ୍‌ ଛଡ଼ାଇ ଫେରାର ମାରିଥିଲେ । ରମେଶଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଲୋକେ ସେଠାରେ ତାଙ୍କ ଚିକିତ୍ସା କରାଯାଇଛି । ଦୁର୍ବୃତ୍ତ ମାନେ ରମେଶଙ୍କ ପାଖରେ ଥିବା ମୋବାଇଲ ଓ ୨୩୦୦ ଟଙ୍କା ଓ ପୃଥିରାଜ୍‌ ଙ୍କ ମୋବାଇଲ ଓ ଘଂଟା କୁ ଛଡ଼ାଇ ଫେରାର ମାରିଛନ୍ତି । ଜିଆରପି ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି । ଅନେକ ସମୟ ରେ ଷ୍ଟେସନରୁ ଫେରୁଥିବା ସମୟରେ ଏହି ଜାଗାରେ ଯାତ୍ରୀ ମାନଙ୍କୁ ଦୁର୍ବୃତ୍ତ ମାନେ ଲୁଟ ପାଟ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.