କଙ୍ଗୋରେ ଭୂସ୍ଖଳନ: ୨୧ ମୃତ, ଅନେକ ଫସିଥିବା ଆଶଙ୍କା

କଙ୍ଗୋରେ ବଡ଼ ଧରଣର ଭୁସ୍ଖଳନ ହୋଇ ୨୧ ମୃତ । ମାଟି ତଳେ ଅନେକ ଫସିଥିବା ଆଶଙ୍କା । ଏପର୍ଯ୍ୟନ୍ତ ୮ ଜଣ ମହିଳା ଏବଂ ୧୩ ଜଣ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି ।

କଙ୍ଗୋରେ ବଡ଼ ଧରଣର ଭୂସ୍ଖଳନ । ଭୂସ୍ଖଳନରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ନିଖୋଜ ଥିବା ଖବର ମିଳିଛି । ଏଠିକାର ବୋଲୋବା ଗାଁ ନିକଟରେ ଥିବା ଏକ ନଦୀ ପାଖରେ ଏହି ଭୁସ୍ଖଳନ ହୋଇଛି । ଯେଉଁଥିରେ ଅନେକ ଲୋକ ଫସି ରହିଥିଲେ । ଏପର୍ଯ୍ୟନ୍ତ ୮ ଜଣ ମହିଳା ଏବଂ ୧୩ଜଣ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି ।

ଖବର ମୁତାବକ, ଯେତେବେଳେ ମହିଳାମାନେ ନଦୀରେ ବାସନ ମାଜିବା ସହ ଲୁଗାପଟା ସଫା କରୁଥିଲେ ସେତିକି ବେଳେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ସେହି ସମୟରେ ଗାଁର ମହିଳାମାନଙ୍କ ସହିତ ସେମାନଙ୍କ ପିଲାମାନେ ଗାଧଉଥିଲେ । ମାଟି ତଳେ ଏବେବି କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୩୦ରୁ ଅଧିକ ଲୋକ ମରିଛନ୍ତି । ଗତ ବର୍ଷ ସେପଟେମ୍ବରରେ ମସିସି ଅଞ୍ଚଳରେ ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ସ୍ଥାନୀୟ ନେତା ଅଲଫାନ୍ସେ ମୁଶେଷ ମିହିଙ୍ଗାନୋ କହିଛନ୍ତି, ଗତବର୍ଷ ୨୦୨୨ ସେପ୍ଟେମ୍ବରରେ ମସିସି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୧୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ନିଜଟରେ ଏକ ଭୂସ୍ଖଳନ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ସୁନାଖଣିରେ ଶ୍ରମିକ ରହିଥିବା ବେଳେ ଭୂସ୍ଖଳନ ଯୋଗୁଁ ମାଟି ଧସି ଖଣିର ବାଟ ବନ୍ଦ ହୋଇଯାଇଥିଲା । ଆଉ ଏହା ମଧ୍ୟରେ ଅନେକ ଶ୍ରମିକ ଫସିଯାଇଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.