Below header

ଚୌଦ୍ବାର: ଉଦ୍ଧାର ହେଲେ ୧୦ ଜଣ ଶିଶୁ ଶ୍ରମିକ

ଚୌଦ୍ବାର(କେନ୍ୟୁଜ୍): ଉଦ୍ଧାର ହେଲେ ୧୦ ଜଣ ଶିଶୁ ଶ୍ରମିକ । କଟକ ଜିଲ୍ଲା ଟାଙ୍ଗୀ ଥାନା ଅର୍ନ୍ତଗତ ମଙ୍ଗୁଳିର ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକ୍‌ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଞ୍ଚଳରେ ଥିବା ବିଭିନ୍ନ ଢାବା, ହୋଟେଲ , ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ସମସ୍ତ ଉଦ୍ଧାର ଶିଶୁଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରିବା ପରେ ସେମାନଙ୍କୁ କଟକ ସିଡିଏରେ ଥିବା ବସୁନ୍ଧରା ଅନାଥଶ୍ରମରେ ରଖାଯାଇଛି । ପରିବାର ଲୋକେ ଆସିବା ପରେ ଏମାନଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ତେବେ ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ବିହାର ଓ ତେଲେଙ୍ଗାନା ଅଞ୍ଚଳର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.