ନୋଟ୍ ଏବଂ କଏନର ଆକାର କାହିଁକି ବାରମ୍ବାର ହେଉଛି ପରିବର୍ତ୍ତନ ? RBI କୁ କୋର୍ଟଙ୍କ ପ୍ରଶ୍ନ

କାହିଁକି ବାରମ୍ବାର ବଦଳାଉଛ ନୋଟ୍ ଏବଂ କଏନର ଆକାର ଏବଂ ବୈଶିଷ୍ଟ । ରିଜର୍ଭ ବ୍ୟାଙ୍କକୁ ଏଭଳି ପ୍ରଶ୍ନ କରିଛନ୍ତି ବମ୍ବେ ହାଇକୋର୍ଟ । ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ବ୍ଲାଇଣ୍ଡ ତରଫରୁ ରୁଜୁ ହୋଇଥିବା ଆବେଦନର ଶୁଣାଣୀ କରିବାକୁ ଯାଇ ଏଭଳି ପ୍ରଶ୍ନ କରିଥିଲେ ମୁଖ୍ୟବିଚାରପତି ପ୍ରଦୀପ ନନ୍ଦରାଜୋଗ ଏବଂ ବିଚାରପତି ଏନଏମ୍ ଜମଦାରଙ୍କ ଖଣ୍ଡପୀଠ ।

ରିଜର୍ଭ ବ୍ୟାଙ୍କ ପ୍ରଚଳନ କରୁଥିବା ନୂଆ ନୋଟ୍‌ ଏବଂ କଏନ୍‌ଗୁଡ଼ିକୁ ଚିହ୍ନି ସେଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ଜାଣିବାରେ ଦୃଷ୍ଟିହୀନଙ୍କୁ ଅସୁବିଧା ହେଉଥିବା ନିଜ ପିଟିସନରେ ଅଭିଯୋଗ କରିଥିଲା ଏନ୍‌ଏବି । ତେଣୁ ମୁଖ୍ୟ ବିଚାରପତି ନନ୍ଦରାଜୋଗ କହିଛନ୍ତି , ଯେ ବିଶ୍ୱର ଅନ୍ୟ କୌଣସି ଦେଶ ସେମାନଙ୍କ ମୁଦ୍ରାର ଆକାର ଏବଂ ବୈଶିଷ୍ଟ୍ୟ ଏତେ ଥର ବଦଳାଉ ନାହାନ୍ତି। ତେଣୁ ଆମେ ରିଜର୍ଭ ବ୍ୟାଙ୍କ୍‌ ଠାରୁ ଜାଣିବାକୁ ଚାହୁଁ ନୋଟ୍‌ର ଆକାର ପ୍ରକାରରେ କାହିଁକି ବାରମ୍ବାର ପରିବର୍ତ୍ତନ ହେଉଛି ? ଛଅ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ଏକ ସତ୍ୟପତ୍ର ଦାଖଲ କରିବାକୁ ରିଜର୍ଭ ବ୍ୟାଙ୍କ୍‌କୁ ଅଦାଲତ ନିର୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.