ଦେଢବର୍ଷର ଶିଶୁ ପାଇଁ ବସୁଦେବ ସାଜିଲେ ଏହି ପୋଲିସ୍ ଅଫିସର, ଫଟୋ ଦେଖି ମନେପଡିଲେ ଭଗବାନ୍ ଶ୍ରୀକୃଷ୍ଣ

ବର୍ଷା ଯୋଗୁଁ ଗୁଗୁରାଟ ବଡୋଦ୍ରାର ଚେହରା । ପାଣି ପାଣି ହୋଇଯାଇଛି ପୁରା ସହର । ଏଯାଏ ପ୍ରାୟ ୬ ଜଣଙ୍କ ଜୀବନ ନେଇସାରିଲାଣି ବର୍ଷା । ଯେତେବେଳେ କି ୪୦୦୦ ଲୋକଙ୍କୁ ସୁରକ୍ଷି ସ୍ଥାନକୁ ପହଂଚା ସରିଛି । ଲୋକଙ୍କ ସୁରକ୍ଷା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଲାଇଛି ପ୍ରଶାସନ । ତେବେ ଏହା ମଧ୍ୟରେ ଜଣେ ପୋଲିସକର୍ମୀଙ୍କ ଫଟୋ ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ତାଙ୍କ ମୁଣ୍ଡରେ ଅଛି ଗୋଟିଏ ଟବ୍ । ଆଉ ଟବ୍ ମଧ୍ୟରେ ଅଛି ଗୋଟିଏ କଅଁଳ ଜୀବନ । ଦୃଶ୍ୟଟି ଠିକ୍ ମହାଭାରତ ସେହି ଦୃଶ୍ୟ ପରି ହୋଇଛି, ଯେତେବେଳେ ବର୍ଷାରାତିରେ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଗୋପପୁର ନେଇ ଯାଉଥିଲେ ବସୁଦେବ । ଏବେ ଏହି ପୋଲିସଙ୍କୁ ବସୁଦେବ ନାଁ ଦେଇସାରିଛି ସୋସିଆଲ୍ ମିଡିଆ । କାରଣ ଦେଢ ବର୍ଷର ଶିଶୁକୁ ମୁଣ୍ଡରେ ରଖି ବେକ ଯାଏଁ ପାଣିରେ ବୁଡି ତାକୁ ବଢିପାଣିରୁ ବାହାରକୁ ବାହାର କରିଛନ୍ତି ଏହି ପୋଲିସ ଜଣକ ।

ଏହା ସହ ପଢନ୍ତୁ ମା’ କୋଳରୁ ଉଠାଇନେଇ ଶିଶୁକନ୍ୟାକୁ କଲେ ଗଣଦୁଷ୍କର୍ମ, କାନ୍ଦିବାରୁ କାଟିଦେଲେ ମୁଣ୍ଡ

ରାତାରାତି ସୋସିଆଲ୍ ମିଡିଆରେ ହିରୋ ପାଲଟିଯାଇଥିବା ଏହି ପୋଲିସଙ୍କ ନାଁ ହେଉଛି ଗୋବିନ୍ଦ ଚାୱଡା । ପିଲାଟିକୁ ମୁଣ୍ଡରେ ରଖି ପାଂଚ ଫୁଟ ଗଭୀର ପାଣିରେ ପ୍ରାୟ ଦେଢ କିଲୋମିଟର ଚାଲିଥିଲେ ଗୋବିନ୍ଦ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଶୁଭୁଛି କେବଳ ଗୋବିନ୍ଦଙ୍କ ପ୍ରଶଂସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.