Below header

ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ବର୍ଷ ପୂର୍ତି ଉତ୍ସବ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ବର୍ଷ ପୂର୍ତି ଉତ୍ସବ ଆଡ଼ମ୍ବର ଭାବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଭବ୍ୟ ସଂଗ୍ରହାଳୟ ୯୦ବର୍ଷ ପୂର୍ତି ପାଳନର ସୌଭାଗ୍ୟ ପ୍ରାପ୍ତ କରିଛି । ସଂଗ୍ରହାଳୟରେ ଏକଦା ବହୁ ବିଦ୍ୱାନ ଓ ପଣ୍ଡିତ କାର୍ଯ୍ୟ କରି ସମଗ୍ର ଭାରତବର୍ଷରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଭୁବନେଶ୍ଵର(କେନ୍ୟୁଜ୍‌) : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ବର୍ଷ ପୂର୍ତି ଉତ୍ସବ ଆଡ଼ମ୍ବର ଭାବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଭବ୍ୟ ସଂଗ୍ରହାଳୟ ୯୦ବର୍ଷ ପୂର୍ତି ପାଳନର ସୌଭାଗ୍ୟ ପ୍ରାପ୍ତ କରିଛି । ସଂଗ୍ରହାଳୟରେ ଏକଦା ବହୁ ବିଦ୍ୱାନ ଓ ପଣ୍ଡିତ କାର୍ଯ୍ୟ କରି ସମଗ୍ର ଭାରତବର୍ଷରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ତେବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତାର ପ୍ରତିଷ୍ଠା ଦିବସରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶିତ କରିଥିଲା । ସେଗୁଡ଼ିକ ମଧ୍ୟରେ ସଂଗ୍ରହାଳୟକୁ ଅଧିକ ଆକର୍ଷିତ କରିବାପାଇଁ ସଂଗ୍ରହାଳୟର ସମ୍ମୁଖ ଫାଟକ ଉପରେ ଏକ ବିସ୍ତୃତ LED ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ସଂଗ୍ରହାଳୟର ସମସ୍ତ ବିଭବ ଓ କାର୍ଯ୍ୟସାରଣୀ ପ୍ରଦର୍ଶିତ ହୋଇଅଛି ଏବଂ ଏହି LEDରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦର୍ଶକମାନଙ୍କୁ ସଂଗ୍ରହାଳୟର କଳା ସଂସ୍କୃତିକୁ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ ।

ସଂଗ୍ରହାଳୟର ସମ୍ମୁଖ ଫାଟକଠାରୁ ନିର୍ମିତ ହୋଇଥିଲା ଫୁଲର ତୋରଣ ଯାହା ଦର୍ଶକମାନଙ୍କୁ ବହୁ ଦୂରରୁ ଆକର୍ଷିତ କରିବାର ଏକ ବଳିଷ୍ଠ ପଦକ୍ଷେପ ଥିଲା । ଏବଂ ଏଥିସହିତ ଏହି ତୋରଣକୁ ଲାଗିରହିଥିବା ସୁନ୍ଦର ଉଦ୍ୟାନର ମ୍ୟୁଜିକାଲ୍ ଫାଉଣ୍ଟେନ୍ ପ୍ରତିଷ୍ଠା କରାଯାଇଥିଲା ଯାହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ଶ୍ରୀଯୁକ୍ତ ଆର. ବାଲାକ୍ରିଷ୍ଣନ, ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ,ଓ.ଟି.ଡ଼ି.ସି ର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି।

ଉପସ୍ଥିତ ଅତିଥିମାନେ ସଂଗ୍ରହାଳୟର ସମ୍ମୁଖ କକ୍ଷରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଭାଷାର ଶିଶୁ ଶଙ୍କର ଦାସ ରଚିତ ଉଷାଅଭିଳାଷ ପ୍ରଥମଟୀକା ଓ ତାଳପତ୍ର ଖୋଦିତ ଚିତ୍ରରାଜି ସମୂହର ଅଡ଼ିଓ ଭିଜୁଆଲ ପ୍ରଦର୍ଶନୀକୁ ଅତିଥି ମାନେ ଉଦ୍ଘାଟନ କରିବାପରେ ପ୍ରକୋଷ୍ଠର ସମ୍ମୁଖ ଭାଗରେ ତଥା ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଅବସ୍ଥାପିତ ତିନୋଟି ଚକ କୁ ଲୋକାର୍ପିତ କରିଥିଲେ । ଏହାପରେ ଅତିଥିମାନେ ସଂଗ୍ରହାଳୟର ଭିତର ଉଦ୍ୟାନରେ ହୋଇଥିବା ଆନିମଲ୍ କାର୍ନିଭାଲ୍ ସେଲ୍ଫି ଜୋନ୍କୁ ଦର୍ଶକଙ୍କୁ ସମର୍ପଣ କରିଥିଲେ ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ଉତ୍ସବକୁ ଭାରତ ବର୍ଷର ପ୍ରଖ୍ୟାତ ସଂଗ୍ରହାଳୟ ତତ୍ତ୍ବବିତ୍ ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ ବିଶେଷ ଅତିଥ୍ୟାଭାବରେ ଆମନ୍ତ୍ରିତ ହୋଇଥିଲେ । ସେ ତାଙ୍କର ବକ୍ତବ୍ୟରେ ଏକ ଜାତି ପାଇଁ ସଂଗ୍ରହାଳୟର କେତେ ଆବଶ୍ୟକତା ତାହା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦେଶର ଏକ ପ୍ରମୁଖ ସଂଗ୍ରହାଳୟ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଆର. ବାଲାକ୍ରିଷ୍ଣନ୍ ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ବିଶ୍ଵସ୍ତରୀୟ ସଂଗ୍ରହାଳୟରେ ରୂପାନ୍ତରୀତ କରିବାର ପ୍ରତିଶ୍ରୁତି ଦେଇଥିଲେ । ବିଭାଗୀୟ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ମୁଖ୍ୟ ଅତିଥିଙ୍କର ଯୋଜନାକୁ ସାକାର କରାଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ଏବଂ ଖୁବ ଶୀଘ୍ର ମଲ ଠୁ ମ୍ୟୁଜିୟମ କାର୍ଯ୍ୟ କ୍ରମ ଆରମ୍ଭ କରାଯିବ ବୋଲି କହିଥିଲେ। ଏହି ଅବସରରେ ଓଡ଼ିଶାର ସଂସ୍କୃତି ଓ ଇତିହାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିତ୍ଵମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପର୍ଯ୍ୟଟନ କର୍ମଶାଳାର ୭୦ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ସଂଗ୍ରହାଳୟରେ ଗତ ୧୪ ଦିନ ଧରି ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେହି ଶିକ୍ଷାର୍ଥୀମାନଙ୍କୁ ଏହି ସମାରୋହରେ ସେମାନଙ୍କ କୃତକାର୍ଯ୍ୟର ପ୍ରମାଣପତ୍ର ପ୍ରଦାନ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବିଭାଗ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ସ୍ଵାଗତ ଭାଷଣ ଅଭିବାଦନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.