Below header

କୋରାପୁଟ: ରାଥିବାଲି ଜଳପ୍ରପାତରେ ଅଘଟଣ, ବୁଲିବାକୁ ଯାଇ ଖସିଗଲା ଗୋଡ଼, ଜଣେ ମୃତ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଲିଗାବଡ଼ରସ୍ଥିତ ରାଥିବାଲି ଜଳପ୍ରପାତରେ ଅଘଟଣ। ଜଳପ୍ରପାତରୁ ଖସି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳର ଏସ କେ ଆଜାଦ ମହମ୍ମଦ ।

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଲିଗାବଡ଼ରସ୍ଥିତ ରାଥିବାଲି ଜଳପ୍ରପାତରେ ଅଘଟଣ। ଜଳପ୍ରପାତରୁ ଖସି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳର ଏସ କେ ଆଜାଦ ମହମ୍ମଦ ।

ସୂଚନା ଅନୁଯାୟୀ କଟକ ଜଗତପୁର ଅଞ୍ଚଳର ୫ ଜଣ ପର୍ଯ୍ୟଟକ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ । ସେଥିମଧ୍ୟରୁ ଏକ ଯୁବକ ଶୌଚ ହେବା ନିମନ୍ତେ ଯାଇଥିଲେ।କିନ୍ତୁ ଦୁର୍ଭାଗ୍ୟ ବଶତଃ ଗୋଡ଼ ଖସି ଜଳପ୍ରପାତ ତଳକୁ ଖସି ଯାଇଥିଲେ। ଫଳରେ ସେ ଚଟାଣରୁ ପ୍ରାୟ ୨ଶହ ମିଟର ତଳକୁ ଖସି ଏକ ପଥରରେ ମାଡ଼ ହୋଇଥିଲେ। ଏହା ଦେଖି ତାଙ୍କ ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କୁ ପାଇପାରିନଥିଲେ । ଏହାକୁ ଦେଖି ଉପସ୍ଥିତ ନିଜ ସାଥି ଓ ଅନ୍ୟ ପର୍ଯ୍ୟଟକମାନେ ଖୋଜାଖୋଜି କରିଥିଲେ ,କିନ୍ତୁ ତାଙ୍କୁ ପାଇପାରିନଥିଲେ । ଏନେଇ ସୂଚନା ମିଳିବାପରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.