Below header

ସଜେଇ ହୋଇଛି ଅଯୋଧ୍ୟା ନଗରୀ: ଆଜି ଆନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ ମୋଦି

ଆଜି ଅଯୋଧ୍ୟା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ପୁନଃ ବିକଶିତ ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କରିବେ। ଏଥିସହ ପ୍ରଧାନମନ୍ତ୍ରୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ୬ଟି ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କରିବେ। ଅଯୋଧ୍ୟା ନଗରୀରେ ୪ଟି ରାସ୍ତାର ମଧ୍ୟ ଶୁଭାରମ୍ଭ କରିବେ ମୋଦି।

ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ପୁନଃ ବିକଶିତ ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କରିବେ। ତେବେ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ଅଯୋଧ୍ୟାରେ ପହଂଚିବେ ବୋଲି ସୂଚନା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ୬ଟି ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କରିବେ। ଅଯୋଧ୍ୟା ନଗରୀରେ ୪ଟି ରାସ୍ତାର ମଧ୍ୟ ଶୁଭାରମ୍ଭ କରିବେ ମୋଦି। ନବନିର୍ମିତ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି ।

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ରହିଛି ଟେମ୍ପଲ ସିଟି ଅଯୋଧ୍ୟା। ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ଅଯୋଧ୍ୟାର ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପୂର୍ବରୁ ମୋଦି ବିଶାଳ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସନ୍ଧ୍ୟା ଠାରୁ ଅଯୋଧ୍ୟାରେ ଭାରିଯାନ ଯାତାୟତ ଉପରେ କଟକଣା ଲାଗିଛି ।

ଆଜି ଅଯୋଧ୍ୟା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏହାପରେ ଜାନୁଆରୀ ୬ ରୁ ଏହିଠାରୁ ନିୟମିତ ଭାବେ ଦିଲ୍ଲୀକୁ ଉଡାଣ କରିବ ବିମାନ । ସେହିପରି ଜାନୁଆରୀ ୧୧ରୁ ଅହମ୍ମଦାବାଦ ଏବଂ ଜାନୁଆରୀ ୧୫ ରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ, ବିମାନ ବନ୍ଦରରେ ଏୟାରଲାଇନ ଅପରେଟିଂ କମ୍ପାନୀ ଇଣ୍ଡିଗୋ ଏହାର ବିମାନ ସେବା ଆରମ୍ଭ କରୁଛି । ଏହା ବ୍ୟତୀତ ଆଗକୁ ଇଣ୍ଡିଆନ ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ବିମାନ ମଧ୍ୟ ଉଡାଣ କରିବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଭକ୍ତଙ୍କ ସମାଗମ ହେବ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ବିମାନ ଯାତ୍ରା କରି ଅଯୋଧ୍ୟାକୁ ଆସୁଥିଲେ, ସେମାନେ ପ୍ରଥମ ଲକ୍ଷ୍ନୌ ବିମାନ ବନ୍ଦରରେ ଓହ୍ଳାଉଥିଲେ । ପରେ ଅଯୋଧ୍ୟାକୁ ଆସୁଥିଲେ । ଅଯୋଧ୍ୟା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସିଧାସଳଖ ଯାତ୍ରୀମାନେ ଅଯୋଧ୍ୟା ସ୍ଥିତ ମହର୍ଷି ବାଲ୍ମିକୀ ବିମାନ ବନ୍ଦରରେ ଅବତରଣ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.