ଶ୍ରୀକ୍ଷେତ୍ରରେ ଜମିବ ନୂଆବର୍ଷ ଭିଡ଼: ମଦ୍ୟପାନ କରି ଗାଡି ଚଳାଇଲେ ଗଣିବେ ଫାଇନ୍, ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ

ଆସୁଛି ନୂଆବର୍ଷ । ବଡ଼ଦାଣ୍ଡରେ ଦେଖିବାକୁ ମିଳୁଛି ଭକ୍ତଙ୍କର ଲମ୍ବା ଲାଇନ । ଏନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳକୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାଯାଇଥିବାବେଳେ, ଏସବୁ ବ୍ୟବସ୍ଥାକୁ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି ।

ପୁରୀ (କେନ୍ୟୁଜ): ଆସୁଛି ନୂଆବର୍ଷ । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ଶ୍ରୀକ୍ଷେତ୍ରକୁ ପ୍ରତିଦିନ ଛୁଟି ଆସୁଛନ୍ତି ଲକ୍ଷାଧିକ ଭକ୍ତ । ବଡ଼ଦାଣ୍ଡରେ ଦେଖିବାକୁ ମିଳୁଛି ଭକ୍ତଙ୍କର ଲମ୍ବା ଲାଇନ । ଏନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳକୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାଯାଇଥିବାବେଳେ, ଏସବୁ ବ୍ୟବସ୍ଥାକୁ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି ।

ନୂଆବର୍ଷ ପାଇଁ ମରଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ସେହିପରି ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ରାସ୍ତା ଏବଂ ବଡ଼ଦାଣ୍ଡର କିଛି ଅଞ୍ଚଳକୁ ଯାନବାହାନ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ । ତେବେ ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ କଟକଣାକୁ କମ୍ କରାଯିବା ସହ ଆମ୍ବୁଲାନ୍ସ ଯିବା ପାଇଁ ସ୍ବତନ୍ତ୍ର କରିଡର ବ୍ୟବସ୍ଥା କରାଯିବ । ୫ଟି ପୋଲିସ କଣ୍ଟ୍ରୋଲ ରୁମ୍ ଦ୍ବାରା ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯିବା ସହ ମେଡିକାଲରେ ଚିକିତ୍ସା ସେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ସମୁଦ୍ର କୂଳରେ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଲାଇଫ୍ ଗାର୍ଡ ମୁତୟନ ସହ ପୋଲିସ ପକ୍ଷରୁ ବିଚରେ ପାଟ୍ରୋଲିଂ କରାଯିବ । ଏଥିସହ ଅପରାଧୀଙ୍କୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ୍ ଡ୍ରାଇଭ୍, ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ସହ ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଂ ସହ‌ ହୋଟେଲ ଗୁଡ଼ିକ ମଧ୍ୟ ପୋଲିସ ସ୍କାନରରେ ରହିବ ।

ପୁରୀ ଏସପି କେ.ବିଶାଲ ସିଂ ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ତଥା ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ବଡ଼ଦାଣ୍ଡରେ ଆସନ୍ତା ନୂଆ ବର୍ଷରୁ ଭକ୍ତ ତଥା ପର୍ଯ୍ୟଟକ ଏସି ଶେଡ୍ ରେ ପ୍ରବେଶ କରି ନୂଆ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଉତ୍ତର ଦ୍ଵାର ଦେଇ ବାହାରିବେ । ପୁରୀ ସହରବାସୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.