Below header

୩୦ ଫୁଟ ଉପରୁ କେନାଲକୁ ଖସିଲା ବୋଲେରୋ ଗାଡ଼ି, ଚାଳକ ମୃତ

ରାସ୍ତାର ୩୦ ଫୁଟ ଉପରୁ କେନାଲକୁ ଖସିଲା ବୋଲେରୋ କ୍ୟାମ୍ପର ଗାଡ଼ି । ଚାଳକ ମୃତ । ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୋର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି ।

ତାଳଚେର (କେନ୍ୟୁଜ): ରାସ୍ତାର ୩୦ ଫୁଟ ଉପରୁ କେନାଲକୁ ଖସିଲା ବୋଲେରୋ କ୍ୟାମ୍ପର ଗାଡ଼ି । ଚାଳକ ମୃତ । ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୋର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଖମାର ବନ୍ଧକାନି ଅଞ୍ଚଳର ଦେବେନ୍ଦ୍ର ପ୍ରଧାନ ।

ଦେବେନ୍ଦ୍ର ଗତକାଲି ବିଳମ୍ବିତ ରାତିରେ ଖମାର ଅଞ୍ଚଳରୁ ତାଳଚେର ଆଡ଼କୁ ଗାଡ଼ି ଚଳାଇ ଆସୁଥିବା ବେଳେ ଭାରସ୍ୟାମ ହରାଇ କେନାଲ ତଳକୁ ଖସି ଯାଇଥିଲା । ପାଖରେ ଯାଇଥିବା ବଙ୍ଗାରୁ ଜୋରରେ ବୋଲେରୋ କ୍ୟାମ୍ପରଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକ ସେହି ରାସ୍ତାରେ ଯିବା ବେଳେ କ୍ୟାମ୍ପରଟି ପାଣି ଭିତରେ ଓଲଟି ପଡିଥିବା ଦେଖିଥିଲେ । ସେମାନେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ପାଣି ଭିତରୁ ଚାଳକଙ୍କୁ ଉଦ୍ଧାର କରିଥିଲେ । ପୋଲିସ ପହଁଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । କ୍ରେନ ମାଧ୍ୟମରେ କ୍ୟାମ୍ପରଟିକୁ କେନାଲ ଭିତରୁ ଉପରକୁ ଉଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.