ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଇଣ୍ଡିଆନ୍‌ ଓଭରସିଜ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ପ୍ରାର୍ଥୀ iob.in କୁ ଯାଇ ଫର୍ମ ଡାଉନଲୋଡ କରି ଆବେଦନ କରିପାରିବେ ।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ । ଅଫିସ ଆସିଷ୍ଟାଣ୍ଟ ଏବଂ ଆଟେଣ୍ଡର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲୁ ହେଲାଣି । ଇଚ୍ଛୁକ ଏବ ଯୋଗ୍ୟ ପ୍ରାର୍ଥୀ ୧୨ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ପତ୍ର ଭରିବା ପାଇଁ ପ୍ରାର୍ଥୀDirector, RSETI, IOB Mayiladuthurai Main Branch, 80A, Pattamangalam Street, Mayiladuthurai- 609001 ରେ ଆବେଦନ ଫର୍ମ ପଠାଇବାକୁ ହେବ ।

ପଦବୀ ବିବରଣୀ : ୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ଜାନୁଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଭର୍ତ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀ ୧୦ମ ପାସ୍‌ କିମ୍ବା ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୨ରୁ ୪୦ ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୮ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ପତ୍ର ଭରିବା ପାଇଁ ପ୍ରାର୍ଥୀ Director, RSETI, IOB Mayiladuthurai Main Branch, 80A, Pattamangalam Street, Mayiladuthurai- 609001

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.