Below header

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

ଓଡ଼ିଶା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ନୂଆ ନିର୍ଦ୍ଦେଶକ । ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ବର୍ତ୍ତମାନ ଅହମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶକ ଅଛନ୍ତି ମନୋରମା ମହାନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ନୂଆ ନିର୍ଦ୍ଦେଶକ । ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ବର୍ତ୍ତମାନ ଅହମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶକ ଅଛନ୍ତି ମନୋରମା ମହାନ୍ତି । ସେହିପରି ଏଚ ଆର୍ ବିଶ୍ୱାସଙ୍କୁ କୋଲକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି । ଏନେଇ ଶୁକ୍ରବାର କେନ୍ଦ୍ର ପୃଥ୍ବୀବିଜ୍ଞାନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲ ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ ।ଗୁଜୁରାଟକୁ ପ୍ରଭାବିତ କରିଥିବା ଆରବ ସାଗରରେ ବିଭିନ୍ନ ବିପର୍ଯ୍ୟୟର ସଠିକ୍ ଭବିଷ୍ୟବାଣୀରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୨୧ ମସିହାରେ ଗୁଜୁରାଟ ଉପକୂଳରେ ଆସିଥିବା ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମ ତାଉତେର ଗତିବିଧି ବିଷୟରେ ତାଙ୍କର ସଠିକ୍ ଭବିଷ୍ୟବାଣୀ ପ୍ରଶଂସା ଲାଭ କରିଥିଲା ​​ ।ପାଣିପାଗ ଆକଳନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଓଡ଼ିଶା ଭଳି ଏକ ବାତ୍ୟାପ୍ରବଣ ରାଜ୍ୟରେ ତାଙ୍କର ଏହି ଅଭିଜ୍ଞତା ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରି ଆଇଏମ୍‌ଡି ତାଙ୍କୁ ଏଠାରେ ନିଯୁକ୍ତି ଦେଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.