Below header

ଗୋପାଳପୁର ସମୁଦ୍ରରେ ଓଲଟିଲା ଡ଼ଙ୍ଗା, ଜଣେ ମତ୍ସ୍ୟଜୀବୀ ମୃତ

ଗୋପାଳପୁର ସମୁଦ୍ରରେ ଓଲଟିଲା ଡ଼ଙ୍ଗା, ଜଣେ ମୃତ । ଗୋପାଳପୁରରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ବଡ ଲହଡ଼ାରେ ଡଙ୍ଗା ଉଲଟି ପଡ଼ିଥିଲା । ଡ଼ଙ୍ଗାରେ ବସିଥିବା ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ): ଗୋପାଳପୁର ସମୁଦ୍ରରେ ଓଲଟିଲା ଡ଼ଙ୍ଗା, ଜଣେ ମୃତ । ଗୋପାଳପୁରରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ବଡ ଲହଡ଼ାରେ ଡଙ୍ଗା ଉଲଟି ପଡ଼ିଥିଲା । ଡ଼ଙ୍ଗାରେ ବସିଥିବା ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ମୃତ ଜଣକ ହେଲେ ୬୩ ବର୍ଷୀୟ ବି. ବୈରାଗୀ ।

ଆଜି ଭୋର୍ ପ୍ରାୟ ସାଢେ଼ ୪ଟା ବେଳେ ବି.ବୈରାଗୀ,ଏମ. ବାଲରlଜୁ ଓ ଏମ.ସିମୁଡୁ ମାଛ ମାରିବାକୁ ଯାଇଥିଲେ । ଏହି ସମୟରେ ଏକ ବଡ ଲହଡ଼ିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡଙ୍ଗାରେ ବସିଥିବା ୨ ଜଣ ମତ୍ସ୍ୟଜୀବୀ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ଡଙ୍ଗାଟି ପଡ଼ିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଭାବେ ଜଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.