କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ଗୃହ ମନ୍ତ୍ରଣାଳୟ, ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖବୀରକୁ ଆତଙ୍କବାଦ ବିରୋଧୀ ଆଇନ (UAPA) ଅଧିନରେ ଆତଙ୍କବାଦୀ ଭାବେ ନାମିତ କରିଛି । ୨୦୨୧ରେ ମୋହାଲିରେ ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟ ଉପରେ ରକେଟ ଆକ୍ରମଣ ଘଟଣାରେ ସାମିଲ ରହିଥିଲା ।

କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଛି ଭାରତ । ଗୃହ ମନ୍ତ୍ରଣାଳୟ, ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖବୀରକୁ ଆତଙ୍କବାଦ ବିରୋଧୀ ଆଇନ (UAPA) ଅଧିନରେ ଆତଙ୍କବାଦୀ ଭାବେ ନାମିତ କରିଛି । ଲାଣ୍ଡା ଅନ୍ୟ ଆତଙ୍କବାଦୀ ଗତିବିଧି ବ୍ୟତୀତ, ୨୦୨୧ରେ ମୋହାଲିରେ ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟ ଉପରେ ରକେଟ ଆକ୍ରମଣ ଘଟଣାରେ ସାମିଲ ରହିଥିଲା ।

୧୯୮୯ରେ ପଞ୍ଜାବର ତରନତାରନ ଜିଲ୍ଲାରେ ଜନ୍ମିତ ଲାଣ୍ଡା ୨୦୧୭ରେ କାନାଡା ଫେରାର ହୋଇଯାଇଥିଲା । କୁଖ୍ୟାତ ଖଲିସ୍ତାନୀ ସମୂହ, ବବ୍ଦର ଖାଲସା ଇଣ୍ଟରନ୍ୟାସନାଲ ସଦସ୍ୟ ଭାବେ ଲଖବୀର ପରିଚୟ ରହିଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି । ଲଖବୀର ହରବିନ୍ଦିର ସିଂ ଓରଫ ରିନ୍ଦାର ବହୁତ ଖାସ୍‌ ବୋଲି କୁହାଯାଉଛି । ରିନ୍ଦା ପାକିସ୍ତାନର ଜଣାଶୁଣା ଗ୍ୟାଙ୍ଗଷ୍ଟର ।

ଲଖବୀର ସିଂ ଭାରତରେ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଲାଣ୍ଡା କେବଳ ମୋହାଲି ରକେଟ ଆକ୍ରମଣ ନୁହେଁ, ସୀମା ପାର ଆତଙ୍କବାଦୀ ଗତିବିଧିରେ ସାମିଲ ଥିଲା । ଆତଙ୍କବାଦୀ ଗତିବିଧିରେ ବ୍ୟବହାର ହେଉଥିବା ବିଭିନ୍ନ ମଡେଲ, ଆଇଇଡି, ଅସ୍ତ୍ରଶସ୍ତ୍ର, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରଣରେ ସାମିଲ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.