Below header

ନୂଆବର୍ଷାରୁ ନୂଆ ଡିଜିପି: ରେସର ଆଗରେ ଅଛନ୍ତି ୱାଇ ବି ଖୁରାନିଆ

କିଏ ହେବେ ପରବର୍ତ୍ତୀ ଡିଜିପି ? ଆଜି ଘୋଷଣା ହେବ ନୂଆ ଡିଜିପିଙ୍କ ନାଁ । ବର୍ତ୍ତମାନର ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ସରୁଛି । ୩୧ ତାରିଖ ସରକାରୀ ଛୁଟି ଦିନ ଥିବାରୁ ଆଜି ଘୋଷଣା ହେବ ନୂଆ ଡିଜିପିଙ୍କ ନାଁ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି କିଏ ହେବେ ? ଆଜି ଘୋଷଣା ହେବ ନୂଆ ଡିଜିପିଙ୍କ ନାଁ । ବର୍ତ୍ତମାନର ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ସରୁଛି । ୩୧ ତାରିଖ ସରକାରୀ ଛୁଟି ଦିନ ଥିବାରୁ ଆଜି ଘୋଷଣା ହେବ ନୂଆ ଡିଜିପିଙ୍କ ନାଁ। ରେସର ଆଗରେ ଅଛନ୍ତି ୱାଇ ବି ଖୁରାନିଆ । ୧୯୯୦ ବ୍ୟାଚର ଏହି ଆଇପିଏସ ଅଫିସରଙ୍କ ନାଁ ଆଗରେ ରହିଛି । ସେ ଏବେ ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡର ସ୍ପେଶାଲ୍ ଡିଜି ଅଛନ୍ତି ।

ଏଥିସହ ସମ୍ଭାବ୍ୟ ତାଲିକାରେ ରହିଛି ସୁଧାଂଶୁ ଷଡ଼ଙ୍ଗୀ, ଅରୁଣ ଷଡ଼ଙ୍ଗୀଙ୍କ ନାଁ । UPSCର ପ୍ରକ୍ରିୟା ସରିନଥିବାରୁ ନିଯୁକ୍ତ ହୋଇପାରନ୍ତି ଇନଚାର୍ଜ ଡିଜିପି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ରହିଛି । ନୂଆ ଡିଜିପିଙ୍କ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.