Below header

ଭ୍ୟାନକୁ ଧକ୍କା ଦେଲା ବସ୍, ୩ ମୃତ

ଭ୍ୟାନକୁ ଧକ୍କା ଦେଲା ବସ୍ । ୩ ମୃତ । ଆସିକା ଥାନା ୫୯ନଂ ଜାତୀୟ ରାଜପଥ ଖଡ଼ବାଗ ଗାଁ ନିକଟରେ ଦୁର୍ଘଟଣା । ଖଡଭାଗ ଗାଁ ନିକଟରେ ଯାତ୍ରୀବାହି ବସ୍ ସହ ମେକ୍ସ ପିକଅପ୍ ଗାି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ରହ୍ମପୁର (କେନ୍ୟୁଜ): () ଭୟଙ୍କର ଦୁର୍ଘଟଣା । ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ୩ ମୃତ । ଆସିକା ଥାନା ୫୯ନଂ ଜାତୀୟ ରାଜପଥ ଖଡ଼ବାଗ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଖଡଭାଗ ଗାଁ ନିକଟରେ ଯାତ୍ରୀବାହି ବସ୍ ସହ ମେକ୍ସ ପିକଅପ୍ ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏମିତି ହୋଇଛି ଯେ, ମୃତଦେହ କାଢିବା ଅସମ୍ଭବ ହୋଇପଡିଥିଲା ।

ଖବର ପାଇ ଆସିକା ପୋଲିସ୍ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ କାଟି ମୃତଦେହକୁ କାଢି ତଦନ୍ତ କରୁଛି । ପିକ୍ଅପ୍ ଗାଡିରେ ପରିବା ବୋଝେଇ ହୋଇ ଆସିକା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.