Below header

ପଞ୍ଚତୀର୍ଥରୁ ସଂଗୃହିତ ୧୦୮ କଳସ ଜଳରେ ମହାସ୍ନାନ କଲେ ପ୍ରଭୁ ଅଲାରନାଥ, ଜାଣନ୍ତୁ କଣ ରହିଛି ପରମ୍ପରା

ଗତକାଲି ସରିଛି ପୌଷ ପୂର୍ଣ୍ଣିମା । ଏହି ଅବସରରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଜମିଥିଲା ଭକ୍ତଙ୍କ ଭିଡ । ଶ୍ରୀ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଭଳି ଶ୍ରୀ ଅଲାରନାଥଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିଲା । ବର୍ଷକକୁ ଥରେ ଦେବସ୍ନାନ ପୂର୍ଣ୍ଣିମାରେ ଯେଉଁ ଭଳି ଶ୍ରୀ ଚତୁ୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ କରାଯାଇଥାଏ । ସେହିଭଳି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ମଧ୍ୟ ପୌଷ ପୂର୍ଣ୍ଣମୀରେ ବର୍ଷକୁ ଥରେ ସ୍ନାନ କରାଯାଇଥାଏ ।

ବ୍ରହ୍ମଗିରି(କେନ୍ୟୁଜ): ଗତକାଲି ସରିଛି ପୌଷ ପୂର୍ଣ୍ଣିମା । ଏହି ଅବସରରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଜମିଥିଲା ଭକ୍ତଙ୍କ ଭିଡ । ଶ୍ରୀ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଭଳି ଶ୍ରୀ ଅଲାରନାଥଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିଲା । ବର୍ଷକକୁ ଥରେ ଦେବସ୍ନାନ ପୂର୍ଣ୍ଣିମାରେ ଯେଉଁ ଭଳି ଶ୍ରୀ ଚତୁ୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ କରାଯାଇଥାଏ । ସେହିଭଳି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ମଧ୍ୟ ପୌଷ ପୂର୍ଣ୍ଣମୀରେ ବର୍ଷକୁ ଥରେ ସ୍ନାନ କରାଯାଇଥାଏ ।

ତେବେ ପୌଷ ପୂର୍ଣ୍ଣିମା ପୂର୍ବ ଦିନ ଠାରୁ ପଞ୍ଚତୀର୍ଥରୁ ସଂଗୃହିତ ୧୦୮ କଳସ ଜଳରେ ଗତକାଲି ଅପରାହ୍ନରେ ଶ୍ରୀ ଅଲାରନାଥଙ୍କୁ ସ୍ନାନ କରାଯାଇଥିଲା । ମନ୍ଦିର ପୁରୋହିତଙ୍କ ଦ୍ଵାର ମନ୍ତ୍ର ପାଠ କରାଯାଇ ସମସ୍ତ ସେବାୟତ ମାନେ ପ୍ରଭୁଙ୍କୁ ସ୍ନାନ କରିଥିଲେ । ସ୍ନାନ ପରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ରାଜା ବେଶ ଅର୍ଥାତ୍ ରାଜାଧିରାଜ ବେଶରେ ବେଶ କରାଯାଇଥିଲା । ପୌଷ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ମନ୍ଦିର ପରିସରରେ ଥିବା ମା ମହାଲକ୍ଷ୍ମୀଙ୍କୁ ମନ୍ଦିର ଚାରିପଟେ ଚାରିଥର ପରିକ୍ରମ କରାଯାଇ ଭେଟ କରାଯାଇଥିଲା । ଏହି ଭେଟକୁ ଲକ୍ଷ୍ମୀ ନାରାୟଣ ଭେଟ କୁହାଯାଏ । ତେବେ ଭେଟ ସମୟରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ସେହିପରି ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପୂର୍ବଦିନରୁ ଅର୍ଥାତ ଗତ ବୁଧବାର ଦିନଠାରୁ, ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥିଲା । ତେବେ ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବାବେଳେ ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶର ରହିଛି ବହୁତ ମାହାତ୍ମ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.