ଘରେ ଥିବା କେଉଁ ଡିଭାଇସ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରେ, ଜାଣନ୍ତୁ ଏହାର ନାଁ

ଶୀତ ଋତୁରେ ଲୋକମାନେ ନିଜ ଘରେ ଗିଜର ମଧ୍ୟ ବହୁତ ବ୍ୟବହାର କରନ୍ତି । ଲୋକମାନେ ଖାଦ୍ୟ ସାମଗ୍ରୀ ଗରମ କରିବା ପାଇଁ ଓଭନ ବ୍ୟବହାର କରନ୍ତି । ଏହି ଡିଭାଇସ୍‌ ଗୁଡିକ ବ୍ୟବହାର ପାଇଁ ଏକ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ଆସେ ।

ଜଣେ ସାଧାରଣ ଲୋକ ଘରେ ଫ୍ରିଜ୍, ଟିଭି ଏବଂ ଏସି ରହିଥାଏ । ଏହି ସମସ୍ତ ଜିନିଷ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ । ଏସବୁ ଜିନିଷ ବିନା ଜୀବନ ବହୁତ କଷ୍ଟକର ହୋଇଯାଏ । ଶୀତ ଋତୁରେ ଲୋକମାନେ ନିଜ ଘରେ ଗିଜର ମଧ୍ୟ ବହୁତ ବ୍ୟବହାର କରନ୍ତି । ଲୋକମାନେ ଖାଦ୍ୟ ସାମଗ୍ରୀ ଗରମ କରିବା ପାଇଁ ଓଭନ ବ୍ୟବହାର କରନ୍ତି । ଏହି ଡିଭାଇସ୍‌ ଗୁଡିକ ବ୍ୟବହାର ପାଇଁ ଏକ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ଆସେ । ତେବେ ଆସନ୍ତୁ ଜାଣିବା ଫ୍ରିଜ୍, ଏସି, ଗିଜର କିମ୍ବା ଓଭନ୍‌ ମଧ୍ୟରୁ କେଉଁ ଡିଭାଇସ୍‌ ଦ୍ୱାରା ଘରେ ଅଧିକ ବିଦ୍ୟୁତ୍ ବିଲ୍‌ ଆସିଥାଏ ।

ଶୀତ ପରେ ଗରମ ଦିନ ଆସିବାକୁ ଯାଉଛି । ଗରମ ଦିନରେ ଲୋକମାନେ ଦିନରାତି ନିଜ ଘରେ ଏସି ଚଳାନ୍ତି । ଏହା ବିନା ଶାନ୍ତିରେ ଶୋଇବା ଅସମ୍ଭବ । ଏସି ରୁମର ହିଟ୍‌ କୁ ବାହରକୁ ଛାଡ଼ିଥାଏ ଏବଂ ବାହାର ପରିବେଶରୁ ଥଣ୍ଡା ପବନକୁ କୋଠରୀ ଭିତରକୁ ଆଣିଥାଏ ।

ଏସିର ଏହି ପ୍ରକ୍ରିୟା ଦ୍ୱାରା ବିଦ୍ୟୁତ୍ ବହୁତ ଖର୍ଚ୍ଚ ହୁଏ । ଏସି ସବୁଠାରୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରେ । ଏସିର କମ୍ପ୍ରେସର ଫ୍ରିଜର କମ୍ପ୍ରେସର ଠାରୁ ଅଧିକ ବିଦ୍ୟୁତ ବ୍ୟବହାର କରିଥାଏ । ତେଣୁ ଲଗାତାର ଭାବରେ ରେଫ୍ରିଜରେଟର ବ୍ୟବହାର ହେଉଥିଲେ ମଧ୍ୟ ଏସି ଭଳି ଏହା ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରେ ନାହିଁ ।

ଏସି ବ୍ୟତୀତ ଘରେ ରହିଥିବା ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ଗୁଡ଼ିକ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି ନାହିଁ । କାରଣ ସେଗୁଡିକ ଏକ ନିର୍ଦ୍ଦିଷ୍ଟ ପରିମାଣରେ କିମ୍ବା କମ୍‌ ମାତ୍ରାରେ ବିଦ୍ୟୁତ ଖର୍ଚ୍ଚ କରନ୍ତି । ଲୋକମାନେ ଘଣ୍ଟା ଘଣ୍ଟା ଧରି ଓଭନ୍‌ ଚଲାନ୍ତି ନାହିଁ । ଲୋକମାନେ ଘଣ୍ଟା ଘଣ୍ଟା ଧରି ଗିଜର ମଧ୍ୟ ଚଲାନ୍ତି ନାହିଁ । କିନ୍ତୁ ଲୋକମାନେ ଗରମ ଦିନରେ ଘଣ୍ଟା ଘଣ୍ଟା ଧରି AC କୁ ଲଗାତାର ଭାବରେ ଚଲାନ୍ତି । ତେଣୁ ଏସି ସବୁଠାରୁ ବିଦ୍ୟୁତ୍‌ ଖର୍ଚ୍ଚ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.