Below header

NCERT ବମ୍ପର ପଦବୀ ଖାଲି: ବିନା ପରୀକ୍ଷାରେ ହେବ ଚୟନ, ଦରମା ମାସକୁ ୮୦ ହଜାର

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ରେ ଖାଲିପଡିଛି ଚାକିରି । ଡିଟିପି ଅପରେଟ, ପ୍ରୁଫ ରିଡର ସମେତ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି ।

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ରେ ଖାଲିପଡିଛି ଚାକିରି । ଡିଟିପି ଅପରେଟ, ପ୍ରୁଫ ରିଡର ସମେତ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଏଠାରେ ୧୭୦ ପଦବୀରେ ଭର୍ତ୍ତି କରାଯିବ । ଡିଟିପି ଅପରେଟ, ପ୍ରୁଫ ରିଡର ଏବଂ ଆସିଷ୍ଟାଣ୍ଟ ଏଡିଟର ପାଇଁ ଭର୍ତ୍ତି କରାଯିବ । ଏହି ପଦବୀରେ ଭର୍ତ୍ତି ଚୁକ୍ତିଭିତ୍ତିକ ହେବ । ଯାହା ମାତ୍ର ୪ ମାସ ଯାଏ ରହିବ ।

ପଦବୀ ବିବରଣୀ : ୧୭୦

ଆସିଷ୍ଟାଣ୍ଟ ଏଡିଟର : ୬୦
ପ୍ରୁଫ ରିଡର : ୬୦
ଡିଟିପି ଅପରେଟର : ୫୦

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି । ସର୍ବାଧିକ ବ୍ୟାଚଲର ଡିଗ୍ରୀ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୪୨ ବର୍ଷ ଏବଂ ସର୍ବାଧିକ ୫୦ ବର୍ଷ ହୋଇଥିବା ଜରୁରୀ ।

ପ୍ରାର୍ଥୀଙ୍କୁ ପ୍ରଥମେ ସ୍କ୍ରିନିଂ ଏବଂ ରେଜିଷ୍ଟ୍ରେସନ ପାଇଁ ଏନସିଇଆରଟିର ଦିଲ୍ଲୀ ଅଫିସ ଯିବାକୁ ହେବ । Publication Division, NCERT, Sri Aurobindo Marg, New Delhi – 110016

ଜରୁରୀ ତାରିଖ : ଫେବୃଆରୀ ୧ ତାରିଖ ସକାଳ ୧୦ଟାରୁ ୩ଟା ପର୍ଯ୍ୟନ୍ତ ଏହି କାମ ହେବ ।

୨ ଓ ୩ ତାରିଖରେ ସ୍କିଲ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ କରାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୮୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.