Below header

ବିଜୟା ଦଶମୀରେ ଦୁର୍ଘଟଣା: ଓଲଟିଲା ଅଟୋ , ଜଣେ ମୃତ, ୧୪ ଆହତ

ବିଜୟା ଦଶମୀରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିପଡିଲା ଅଟୋ । ଜଣେ ମୃତ, ୧୪ ଆହତ । ସମ୍ବଲପୁର ଜିଲ୍ଲା ଧମା ଥାନା ଗ୍ରୀଣ୍ଡଲାପାଲିଠାରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଗେଶ୍ବର ସାହୁ ।

ସମ୍ବଲପୁର (କେନ୍ୟୁଜ): ବିଜୟା ଦଶମୀରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିପଡିଲା ଅଟୋ । ଜଣେ ମୃତ, ୧୪ ଆହତ । ସମ୍ବଲପୁର ଜିଲ୍ଲା ଧମା ଥାନା ଗ୍ରୀଣ୍ଡଲାପାଲିଠାରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଗେଶ୍ବର ସାହୁ । ଭେଡେନ ଥାନା ଦେଶଭଟଲି ଓ ବିଶିପାଲି ଅଞ୍ଚଳର ୧୬ଜଣ ଅଟୋରେ ହୁମା ଧାଡି ଯାତ୍ରା ଦେଖିବାକୁ ଆସୁଥିଲେ । ଗ୍ରୀଣ୍ଡଲାପାଲିଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବୁର୍ଲା ମେଡିକାଳରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.