Below header

ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ

ତାମିଲନାଡୁର ତିରୁବନାମଲାଇରେ କାର୍‌ ଏବଂ ବସ୍‌ ଧକ୍କା ହେବା ପରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଭୟଙ୍କର ସଡ଼କ ଦୁର୍ଘଟଣା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ କାର ଏବଂ ବସ୍‌ ଜୋରଦାର ଟକ୍କର ହେବା ଫଳରେ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି ।

ଖବର ମୁତାବକ, ତିରୁବନାମଲାଇ ଜିଲ୍ଲାର ଚଙ୍ଗମ ସହର ପାଖରେ ବସ୍‌ ଷ୍ଟପ ଜାତୀୟ ରାଜପଥ ୭୭ରେ ଏସୟୁଭି ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ବସ୍‌ ସହିତ ଧକ୍କା ହୋଇଥିଲା । ଘଟଣାରେ ଆସାମର ୫ ଜଣଙ୍କ ସହିତ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ ମୃତକଙ୍କ ପରିଚୟ ପାଇଛି । କାର୍‌ଟି ଓଭରଟେକ କରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା । ସମସ୍ତଙ୍କୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.