Below header

5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ, ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନେଇଥିଲେ କି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି?

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଗତ ୧୦ ବର୍ଷରେ, ଜନସ୍ବାର୍ଥରେ ସେ ଅନେକ ନିଷ୍ପତ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୋ ସରକାର ତାଙ୍କର ମାନସ ସନ୍ତାନ ଥିଲା। ଏଥିରେ ଲୋକଙ୍କୁ କିପରି ସେବା ମିଳୁଛି ତାରା ସିଧା ହିସାବ ରଖାଯାଉଛି । ସରକାର କଳ କିପରି କାର୍ଯ୍ୟ କରିବା ଦରକାର, ସେଥିଲାଗି ଏକ ଚାର୍ଟର ତିଆରି ହୋଇଥିଲା। ତାହା ଆଜି ଫାଇଭ ଟି ନାଁ ରେ ଚର୍ଚ୍ଚିତ।

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଗତ ୧୦ ବର୍ଷରେ, ଜନସ୍ବାର୍ଥରେ ସେ ଅନେକ ନିଷ୍ପତ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୋ ସରକାର ତାଙ୍କର ମାନସ ସନ୍ତାନ ଥିଲା। ସରକାରୀ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଲୋକଙ୍କୁ କିପରି ସେବା ମିଳୁଛି ତାରା ସିଧା ହିସାବ ରଖାଯାଉଛି । ସରକାର କଳ କିପରି କାର୍ଯ୍ୟ କରିବା ଦରକାର, ସେଥିଲାଗି ଏକ ଚାର୍ଟର ତିଆରି ହୋଇଥିଲା। ତାହା ଆଜି ଫାଇଭ ଟି ନାଁ ରେ ଚର୍ଚ୍ଚିତ।

ତେବେ ଅକ୍ଟୋବର ୨୦ ତାରିଖରେ ପାଣ୍ଡିଆନ ଭିଆରଏସ ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ସାଧାରଣ ପ୍ରଶାସନ ଓ କାର୍ମିକ ମନ୍ତ୍ରାଳୟ ଗ୍ରହଣ କରିଛନ୍ତି । ଭାରତୀୟ ସାଧାରଣ ପ୍ରଶାସନିକ ସେବା ୧୯୫୮ ନିୟମର ରୁଲ୍ ୧୬(୨-ଏ) ଆଧାରରେ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ତେବେ ନଜର ପକାନ୍ତୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସମୟରେ କେଉଁ ସବୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ…

୧- ମୋ’ ସରକାର
– ସରକାରୀ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ପଦକ୍ଷେପ
– ଲୋକଙ୍କୁ କିପରି ସେବା ମିଳୁଛି ତାରା ସିଧା ହିସାବ ରଖାଯାଉଛି
– ମୋ ସରକାରର ପରିକଳ୍ପନା ପାଣ୍ଡିଆନଙ୍କ ମାନସ ସନ୍ତାନ

୨- ଫାଇଭ-ଟି
– ସରକାରୀ କାର୍ଯ୍ୟର ତରିକା ନେଇ ଏକ ପ୍ରକାର ଚାର୍ଟର ତିଆରି ହୋଇଥିଲା
– ଟ୍ରାନ୍ସପେରେନ୍ ସୀ, ଟେକ୍ନୋଲୋଜି ଓ ଟିମ୍ ୱାର୍କକୁ ନେଇ ସମୟ ଭିତରେ ରୂପାନ୍ତରକୁ ଗୁରୁତ୍ବ
– 5T ସରକାରୀ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିଛି
– ସରକାରଙ୍କ ବିଭିନ୍ନ ପ୍ରକଳ୍ପଗୁଡିକର କାର୍ଯ୍ୟ ସମୟ ସୀମା ଭିତରେ ସରୁଛି

୩ -ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
– ପାଣ୍ଡିଆନଙ୍କ ହୃଦୟର ଅତି ନିକଟତର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
– ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିୟମିତ ପ୍ରକଳ୍ପର ସମୀକ୍ଷା କରୁଛନ୍ତି

୪ -ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା
ଶ୍ରୀମନ୍ଦିର ସହ ରାଜ୍ୟର ବିଭିନ୍ନ ପୁରାତନ ମଠ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ

୫ -ହାଇସ୍କୁଲ ରୂପାନ୍ତର
– ରାଜ୍ୟର ହାଇସ୍କୁଲର ରୂପାନ୍ତରଣ ହେଉଛି
– ଲକ୍ଷାଧିକ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଉଛନ୍ତି

୬ -ହସ୍ପିଟାଲ ରୂପାନ୍ତରଣ
– ସାରା ରାଜ୍ୟରେ ହସ୍ପିଟାଲଗୁଡିକୁ ନୂଆ ରୂପ ଦିଆଯାଉଛି
– ରାଜ୍ୟରେ ଅନେକ ନୂଆ ମେଡିକାଲ କଲେଜ ସ୍ଥାପନ ହୋଇଛି

୭ -ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
ବିଏସକେୱାଇରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସୁବିଧା ସୁନିଶ୍ଚିତ କରାଯାଇଛି
ବିଏସକେୱାଇରେ ମହିଳାଙ୍କୁ ଫୋକସ କରାଯାଇଛି

୮-ସମୟ ଭିତରେ ସମସ୍ୟା ସମାଧାନ
-ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗର ସମାଧାନ ନିର୍ଦ୍ଧିଷ୍ଟ ସମୟରେ ହେଉଛି
– ସିଧା ଲୋକଙ୍କ ପାଖକୁ ଯାଇ ଆପତ୍ତି ଅଭିଯୋଗ ଗ୍ରହଣ କରିଛନ୍ତି
– ସିଧା ଲୋକଙ୍କୁ ଭେଟିବା ତାଙ୍କ ସମ୍ବେଦନଶୀଳତାକୁ ଦର୍ଶାଇଛି

୯ -କୋଭିଡ୍ ସମୟର କର୍ତ୍ତବ୍ୟ
– କୋଭିଡ୍ ସମୟରେ ହସ୍ପିଟାଲ ଗସ୍ତ କରୁଥିଲେ
– ମେଡିକାଲଗୁଡିକ କେତେ ପ୍ରସ୍ତୁତ ତାର ତଦାରଖ କରିଥିଲେ
– ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଭେଟି ନିଆଯାଉଥିବା ପଦକ୍ଷେପର ତଦାରଖ କରିଥିଲେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.