Below header

ନିର୍ବାଚନ ପ୍ରସ୍ତୁତି ନେଇ ବୈଠକ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ବଡ଼ ବୈଠକ । ସବୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ବଡ଼ ବୈଠକ । ସବୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିକଟରେ ନିର୍ବାଚନ କମିଶନ ଓ ତାଙ୍କ ଟିମ ଓଡିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେତେବେଳେ ନିର୍ବାଚନ ପରିଚାଳନାରେ ୧୦ ସୂତ୍ରୀ ନିର୍ଦ୍ଦେଶନାମା ପାଳନ ଉପରେ ଗୁରୁତ୍ବ ଦେଇଥିଲେ ନିର୍ବାଚନ କମିଶନ । ସେସମସ୍ତ ଦିଗ ଉପରେ ଆଜି ରାଜ୍ୟ ନିର୍ବାଚନ ଅଧିକାରୀସବୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ନିର୍ବାଚନ ବେଳେ ସମ୍ପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛ ରହିବା ସହ ସମସ୍ତ ରାଜନୈତିକ ଦଳର ଅଭିଯୋଗ ଶୁଣିବା ଉପରେ ଗୁରୁତ୍ବ ଦେବେ । କନିଷ୍ଠ ଅଧିକାରୀମାନଙ୍କ ପ୍ରତି ନିରପେକ୍ଷ ରହିବେ । ନିର୍ବାଚନମଣ୍ଡଳୀରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ନିର୍ବାଚନ ବେଳେ ନଗଦ ଟଙ୍କା ଓ ମଦ ଉପରେ କଡ଼ା ନଜର ରହିବ ।

ଟଙ୍କା ପରିବହନ କରୁଥିବା ଯାନବାହାନ ଉପରେ କଡ଼ା ନଜର ପାଇଁ ନିର୍ଦ୍ଦେଶ ରହିଛି । ସରକାରୀ ଓ ରାଜନୈତିକ କାର୍ଯ୍ୟକ୍ରମରେ ଫରକ୍ ରହିବା ଉପରେ ଗୁରୁତ୍ବ ଦିଆଯାଇଛି। ଜିଲ୍ଲାସ୍ତରରେ ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷାରେ ରହିବ EVM-VVPAT । ମତଦାନ ପରେ ଇଭିଏମକୁ ଠିକ୍ ଭାବେ ସିଲ୍ କରିବେ । ଇଭିଏମକୁ ଠିକ୍ ଭାବେ ସିଲ୍ କରିବା ସହ ପୋଲିଂ ଏଜେଣ୍ଟଙ୍କୁ ମତଦାନ ତଥ୍ୟ ପ୍ରଦାନ କରାଯିବ । ପେଡ୍ ନ୍ୟୁଜକୁ ପ୍ରାର୍ଥୀଙ୍କ ଖର୍ଚ୍ଚରେ ଯୋଗ କରାଯିବ। ନିର୍ବାଚନ ପ୍ରଚାରରେ ସରକାରୀ କଳ, ଯାନ ବ୍ୟବହାର ନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଦଳୀୟ କାର୍ଯ୍ୟକ୍ରମ ଓ ବିଜ୍ଞାପନର ପ୍ରଚାର ପ୍ରସାର ପାଇଁ ସରକାରୀ କଳର ବ୍ୟବହାର ନକରିବା ଉପରେ ଗୁରୁତ୍ବ ଦେବେ । ଏସବୁ ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.