Below header

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଚାଲିଛି ଯୋରଦାର କାମ: କଟକର ବଡ ବଡ ଡ୍ରେନର କ୍ଲିୟରାନ୍ସ ପଏଣ୍ଟରେ ଯୁଦ୍ଧକାଳୀନ ଭିତ୍ତିରେ ହେଉଛି ସଫେଇ

କଟକ(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି କଟକ ସହରର ବଡ ବଡ ଡ୍ରେନର କ୍ଲିୟରାନ୍ସ ପଏଣ୍ଟରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାମ ଚାଲିଛି ।

କଟକ ମେୟର ସୁବାସ ସିଂ ଓ କମିଶନର ଅନନ୍ୟା ଦାଶ ଜାଇକା କର୍ତ୍ତୃପକ୍ଷଙ୍କ ସହ ମିଶି ମାତୃଭବନ ନିକଟ ଗେଟ୍‌, ପ୍ରଭାତ ସିନେମା ପାଖ ବକ୍ସ ଡ୍ରେନ, କ୍ୟାଣ୍ଟିନମେଣ୍ଟ ରୋଡ ସ୍ଥିତ ୱାଟକୋ କଣ୍ଟ୍ରୋଲ ରୁମ ଓ ତୁଳସୀପୁରରେ ଥିବା ୱାର୍ଲେସ ଅଫିସ ବୁଲି ସଫେଇ କାମ ଅନୁଧ୍ୟାନ କରିଛନ୍ତି ।

ଏହି ଅବସରରେ ମେୟର ଓ କମିଶନର ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ୨ ଶହ ପମ୍ପ ଲାଗିବା ପାଇଁ ପ୍ରସ୍ତୁତ ହୋଇ ରହିଛି ବୋଲି ମେୟର ଓ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.