Below header

ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ପଂଚାୟତ ଅଧିନ ପୁରୁଣାପାଟଣା ଗ୍ରାମ ନିକଟରେ ଥିବା ଶଙ୍ଖବନ୍ଧରେ ବୁଧବାର ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଭାସୁଥିବା ଦେଖିବାକୁ ମିଳିଛି।

ଛତ୍ରପୁର (କେନ୍ୟୁଜ): ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ପଂଚାୟତ ଅଧିନ ପୁରୁଣାପାଟଣା ଗ୍ରାମ ନିକଟରେ ଥିବା ଶଙ୍ଖବନ୍ଧରେ ବୁଧବାର ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଭାସୁଥିବା ଦେଖିବାକୁ ମିଳିଛି। ତେବେ ମୃତ ବ୍ୟକ୍ତିର ପରିଚୟ ଜଣାପଡି ନାହିଁ।

ସୂଚନା ଅନୁସାରେ ଆଜି ସକାଳୁ ପୋଖରୀ କିଛି ଲୋକ ଗାଧୋଇବାକୁ ଆସିଥିବା ବେଳେ ଶବ ଭାସୁ ଥିବା ଦେଖି ଛତ୍ରପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ଶବକୁ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.