Below header

ବାଜିଲା ସହରାଞ୍ଚଳ ନିର୍ବାଚନ ବିଗୁଲ୍‌: ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ

ଭୁବନେଶ୍ବର(କେନ୍ଯୁଜ୍): ବାଜିଲା ସହରାଞ୍ଚଳ ନିର୍ବାଚନ ବିଗୁଲ୍‌। ନିର୍ବାଚନ ପାଇଁ ବିଦ୍ଧିବଦ୍ଧ ଭାବେ ଆହ୍ଵାନ୍‌ ଦେଲେ ସରକାର। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଲେ ରାଜ୍ୟ ସରକାର। ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ। ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ଆହ୍ଵାନ୍‌ କରିଛି।

୩ ମହାନଗର ନିଗମ, ୧୦୭ ପୌରାଞ୍ଚଳରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ, ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମରେ ହେବ ନିର୍ବାଚନ। ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବ ନିର୍ବାଚନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.