Below header

ବାଲିଅନ୍ତାରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ଥିବା ମଇଁଷି ଫାର୍ମରୁ ମୃତଦେହ ମିଳିଛି । ୨ ମୃତକ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି । ମୃତକ ହେଉଛନ୍ତି ସୁଶାନ୍ତ ଦାସ ଓ ଜଗବଂଧୁୁ ବେହେରା ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ଥିବା ମଇଁଷି ଫାର୍ମରୁ ମୃତଦେହ ମିଳିଛି । ୨ ମୃତକ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି । ମୃତକ ହେଉଛନ୍ତି ସୁଶାନ୍ତ ଦାସ ଓ ଜଗବଂଧୁୁ ବେହେରା । ରାତ୍ରି ପ୍ରାୟ ୧ଟା ୪୦ମିନିଟରେ ଉଭୟେ ମାଲିକ ଅନ୍ତର୍ଯ୍ୟାମୀ ଦାସଙ୍କୁ ଫୋନ୍ କରିଥିଲେ । ମାତ୍ର ସେ ଫୋନ ରିସିଭ୍ କରି ପାରି ନଥିଲେ ।

ଆଜି ସକାଳୁ ଅନ୍ତର୍ଯ୍ୟାମୀ ନିଜ ଫାର୍ମକୁ ଆସିବ ପରେ କର୍ମଚାରୀ କବାଟ ଖୋଲି ନଥିଲେ । କବାଟ ଭାଙ୍ଗିବା ପରେ ୨ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଦୁଇ ଜଣଙ୍କ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.