Below header

ଆଜି ଯାଏ ନିଜ ସ୍ଵାଧିନତା ସଂଗ୍ରାମୀ ସ୍ଵାମୀ ଓ ମହାମାଗାନ୍ଧୀଙ୍କୁ ଝୁରୁଛନ୍ତି ତିଳୋତ୍ତମା

ଯେତେବେଳ ଭାରତ ସ୍ଵାଧୀନ ହୋଇ ନଥିଲା ସେହି ସମୟରେ ମହାତ୍ମାଗାନ୍ଦୀଙ୍କ ସହିତ ନିଜ ସ୍ଵାମୀ ସ୍ଵାଧିନତା ସଂଗ୍ରାମ ପାଇଁ ଆନ୍ଦୋଳନରେ ଭାଗ ନେଇଥିଲେ । ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖ ଓ ଅଗଷ୍ଟ ୧୫ ତାରିଖ ଆସିଲେ ନିଜ ଘର ଆଗରେ ଜାତୀୟ ପତାକା ଲଗାଇ ସେ ମହାତ୍ମାଗାନ୍ଧୀଙ୍କ ଫୋଟ ଓ ନିଜ ସ୍ଵାମୀଙ୍କ ଫୋଟ ଚିତ୍ର ରଖି ସେହି ଅଭୁଲା ସ୍ମୃତିକୁ ମନେ ପକାଇ ଝୁରନ୍ତି ତିଳୋତ୍ତମା ।

କନ୍ଧମାଳ(କେନ୍ୟୁଜ୍): ଗତ ଅଗଷ୍ଟ ୧୫ରେ ଦେଶ ପାଳନ କରିଥିଲା ୭୭ ତମ ସ୍ୱାଧୀନତା ଦିବସ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରିଥିଲା ସାରା ଦେଶ । ଏଥିସହ ସାରା ଦେଶରେ ଜାରି ରହିଥିଲା ହର ଘର ତ୍ରିରଙ୍ଗା ଅଭିଯାନ । ପଲ୍ଲୀରୁ ଦିଲ୍ଲୀ ଯାଏ ସବୁଠି ଥିଲା ଉତ୍ସବର ମାହୋଲ । ସାରା ଭାରତର ଗାଁ ଠୁ ସହର ସବୁ ଗଳି କନ୍ଦିରେ ତ୍ରିରଙ୍ଗା ପତକାକୁ ସମ୍ନାନ ଦେଇ ୭୭ତମ ସ୍ଵାଧିନତା ଦିବସ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ସମୟରେ ଆମ କ୍ୟାମେରାରେ କଏଦ୍ ହୋଇଥିଲେ ଫୁଲବାଣୀ ସହର ଫରେଷ୍ଟ କଲୋନୀର ଜଣେ ୮୫ବର୍ଷିୟା ମହିଳା । ଯିଏ ଘର ସାମ୍ନାରେ ତ୍ରିରଙ୍ଗା ପତକା ଲଗାଇ ଜାତିର ପିତା ମହାମା ଗାନ୍ଧୀଙ୍କ ଫୋଟ ଚିତ୍ର ସହିତ ଜଣେ ବୃଦ୍ଧଙ୍କ ଫୋଟ ଚିତ୍ର ରଖି ପ୍ରଣାମ କରୁଥିଲେ  । ଏହାକୁ ଦେଖି ପ୍ରଥମେ ଆମେ କିଛି ବୁଝିପାରିନଥିଲୁ । ତେଣୁ ବୃଦ୍ଧାଙ୍କ ନିକଟରେ ଯାଇ ପହଚିଁ ଘଟଣା କଣ ପଚାରି ବୁଝିଥିଲୁ ।

kandhamal

ତେବେ ଯାହା ଅନୁମାନ କରିଥିଲୁ ଠିକ୍ ଭାବରେ ବୃଦ୍ଧାଙ୍କ ଆଖିକୁ ଆଉ ଦେଖାଯାଉନି କି ଠିକ୍ ଭାବରେ କଥା ମଧ୍ୟ କହି ପାରୁ ନାହାନ୍ତି ସେ । ତଥାପି ଆଜି ଯାଏ ସେ ମନେପକାଇ ଝୁରୁଛନ୍ତି ସ୍ଵାଧିନତା ସଂଗ୍ରାମୀ ନିଜ ସ୍ଵାମୀ ସ୍ଵର୍ଗତ ଶତ୍ରୁଘ୍ନ ପ୍ରଧାନଙ୍କୁ ଓ ମାହାମାଗାନ୍ଧୀଙ୍କୁ । ଯେତେବେଳ ଭାରତ ସ୍ଵାଧୀନ ହୋଇ ନଥିଲା ସେହି ସମୟରେ ମହାତ୍ମାଗାନ୍ଦୀଙ୍କ ସହିତ ନିଜ ସ୍ଵାମୀ ସ୍ଵାଧିନତା ସଂଗ୍ରାମ ପାଇଁ ଆନ୍ଦୋଳନରେ ଭାଗ ନେଇଥିଲେ । ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖ ଓ ଅଗଷ୍ଟ ୧୫ ତାରିଖ ଆସିଲେ ନିଜ ଘର ଆଗରେ ଜାତୀୟ ପତାକା ଲଗାଇ ସେ ମହାତ୍ମାଗାନ୍ଧୀଙ୍କ ଫୋଟ ଓ ନିଜ ସ୍ଵାମୀଙ୍କ ଫୋଟ ଚିତ୍ର ରଖି ସେହି ଅଭୁଲା ସ୍ମୃତିକୁ ମନେ ପକାଇ ଝୁରନ୍ତି ତିଳୋତ୍ତମା ।

ତେବେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ବୃଦ୍ଧାଙ୍କ ସହିତ ଯୋଗ ଦେଇ ଫୁଲବାଣୀ ରେଞ୍ଜ ଅଧିକାରୀ ଶିବାନନ୍ଦ ଲେଙ୍କା ଓ କନ୍ଧମାଳ ଟିମ୍ ହ୍ୟୁମାନିଟି ଦଳ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିପଦ ଆପଦରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସହଯୋଗର ହାତ ବଢାଉଥିବା ଟିମ୍ ହୁମ୍ୟାନିଟିର ଏହି ସମାଜ ସେବା କାମ ପାଇଁ ସ୍ଵାଧିନତା ସଂଗ୍ରାମୀଙ୍କ ପତ୍ନୀ ତିଳୋତ୍ତମା ସରକାରଙ୍କ ଠାରୁ ପାଉଥିବା ମାସିକ ଦରମାରୁ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ । ପ୍ରଥମ଼ ଥର ପାଇଁ ସ୍ଵାଧିନତା ସଂଗ୍ରାମୀଙ୍କ ପତ୍ନୀଙ୍କ ସହିତ ଜାତୀୟ ପତକା ଉତ୍ତୋଳନ କରିଥିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବାନ୍ୱିତ ମନେକରିଛନ୍ତି ଫୁଲବାଣୀ ବନଖଣ୍ଡ ରେଞ୍ଜ ଅଧିକାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.