ସ୍କୁଲରେ ନିଷେଧ ହେବ କି ସ୍ମାର୍ଟ ଫୋନ୍‌? ଜାଣନ୍ତୁ ଏପରି ରିପୋର୍ଟ ଦେଲା ୟୁନେସ୍କୋ

ବର୍ତ୍ତମାନ ସମୟରେ ଫୋନ୍‌ ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଯାଉଛି । ବଡ ଲୋକଙ୍କ ଅପେକ୍ଷା ଛୋଟ ପିଲାଙ୍କୁ ଏହାର ନିଶା ଅଧିକ ଧରିଛି । ୟୁନେସ୍କୋ ଶିକ୍ଷା କ୍ଷେତ୍ରରେ ନିଜର ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟ ଅନୁଯାୟୀ, ସ୍କୁଲକୁ ସ୍ମାର୍ଟ ଫୋନ୍‌ ନିଷେଧ କରିବା ପାଇଁ ଆଦେଶ ଦେଇଛି ।

ବର୍ତ୍ତମାନ ସମୟରେ ଫୋନ୍‌ ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଯାଉଛି । ବଡ ଲୋକଙ୍କ ଅପେକ୍ଷା ଛୋଟ ପିଲାଙ୍କୁ ଏହାର ନିଶା ଅଧିକ ଧରିଛି । ୟୁନେସ୍କୋ ଶିକ୍ଷା କ୍ଷେତ୍ରରେ ନିଜର ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟ ଅନୁଯାୟୀ, ସ୍କୁଲକୁ ସ୍ମାର୍ଟ ଫୋନ୍‌ ନିଷେଧ କରିବା ପାଇଁ ଆଦେଶ ଦେଇଛି ।

କରୋନା ସମୟରେ ସବୁ କିଛି ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଥିଲା । ସେହି ସମୟରେ ପିଲାଙ୍କ ପଢିବା ପାଇଁ ଫୋନ୍‌ର ଆବଶ୍ୟକ ପଡିଥିଲା । କିନ୍ତୁ ପିଲାଙ୍କୁ ପଢିବା ପାଇଁ ଦିଆଯାଇଥିବା ଫୋନ୍‌କୁ ପିଲାମାନେ ଅପବ୍ୟବହାର କରିଛନ୍ତି । ସେଥିପାଇଁ ୟୁନେସ୍କୋ ସ୍କୁଲ ଗୁଡିକରେ ସ୍ମାର୍ଟ ଫୋନ୍‌ ନିଷେଧ କରିବାକୁ କହିଛି!

phone4

ଏହାକୁ ନେଇ କଣ କହିଛି ୟୁନେସ୍କୋ :

ମିଳିତ ଜାତିସଂଘର ସଂଗଠନ ୟୁନେସ୍କୋ ଏହି କିଛି ଦିନ ମଧ୍ୟରେ ଶିକ୍ଷା ଟେକ୍ନୋଲୋଜିକୁ ନେଇ ଏକ ରିପୋର୍ଟ ତିଆରି କରିଛି । ଏହି ରିପୋର୍ଟ ଆଧାରରେ ୟୁନେସ୍କୋ ମତ ଦେଇଛି କି, ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ସ୍ମାର୍ଟ ଫୋନ୍‌ ନିଷେଧ କରିବା ଉଚିତ୍‌ । ସରଳ ଭାବେ କହିବାକୁ ଗଲେ ପିଲାଙ୍କ ଠାରୁ ଫୋନ୍‌ ନେଇଯିବା ଉଚିତ୍‌ । ୟୁନେସ୍କୋ ଏକ ଗମ୍ଭୀର ରିପୋର୍ଟ ଦେଇ କହିଛନ୍ତି ଯେ, ସ୍କୁଲରେ ପିଲାମାନେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ଆବଶ୍ୟକ କରନ୍ତି ।

ଏହା ସହ ସ୍କୁଲରେ ଡିଜିଟାଲ୍‌ ଟେକ୍ନୋଲୋଜି ଏକ ଉପକରଣ ଭାବେ କାମ କରିବା ଉଚିତ୍‌ । କାରଣ, ବର୍ତ୍ତମାନ ପରିସ୍ଥିତିରେ ଯଦି ପିଲାମାନଙ୍କ ଠାରୁ ଫୋନ୍‌ ନେଇ ଯାଉଛନ୍ତି, ତାହେଲେ ସେମାନେ ଭାବି ପାରୁନାହାନ୍ତି କଣ କରିବେ । କାରଣ ପିଲାମାନଙ୍କୁ ଲାଗୁଛି ଯେପରି ତାଙ୍କ ପୁରା ଦୁନିଆ ଫୋନ୍‌ରେ ହିଁ ଅଛି । ଏପରି ହେବା ଦ୍ୱାରା ପିଲାଙ୍କ ଭାବିବା ଶକ୍ତି ଓ ବାହାରକୁ ଯିବା କମ୍ ହେବାକୁ ଲାଗୁଛି । ସେଥିପାଇଁ ପିଲାମାନଙ୍କୁ ଫୋନ୍‌ ଠାରୁ ଦୂରେଇ ରଖିବା ଉଚିତ୍‌ ।

ଅନ୍ୟ ଏକ ସମସ୍ୟା ହେଉଛି ଭୁଲ ସୂଚନା ମିଳିବା:

ପିଲାମାନେ ଫୋନ୍‌କୁ ଯେତିକି ପଢିବା ପାଇଁ ବ୍ୟବହାର କରୁନାହାଁନ୍ତି, ତାହା ଠାରୁ ଅଧିକ ଏହାର ଦୂରୁପଯୋଗ କରୁଛନ୍ତି । ୟୁନେସ୍କୋ ମନୋସ ଆଣ୍ଟୋନିନିସ୍‌ ଜାତିସଂଘ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି ଯେ, ପୁରା ଦୁନିଆର କେବଳ ୧୬ ପ୍ରତିଶତ ଶ୍ରେଣୀଗୃହକୁ ଆଇନଗତ ଭାବେ ଇଣ୍ଟରନେଟ୍‌ର ଗ୍ୟାରେଣ୍ଟି ଦିଆଯାଉଛି । ଯେତେବେଳେ କି ଅନ୍ୟ ଦେଶ ମାନଙ୍କରେ ଏହା ଏପରି ଚାଲୁଛି । ଅନେକ ସ୍ଥାନରେ ପିଲାମାନେ ଫୋନ୍‌ର ଅପବ୍ୟବହାର କରୁଛନ୍ତି । ସେଥିପାଇଁ ୟୁନେସ୍କୋର ଜାତିସଂଘ ଏହିପରି ନିଷ୍ପତି ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.