Below header

କୁକୁରକୁ ଗିଳିଦେଲା ବିରାଟକାୟ ଅଜଗର, ତାପରେ ଯାହା ହେଲା…

କୁକୁରକୁ ଗିଳିଲା ବିରାଟକାୟ ଅଜଗର। ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁର ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଏକ ଛାତିଥରା ଦୃଶ୍ୟ ।

ଆନନ୍ଦପୁର(କେନ୍ୟୁଜ୍): ବାପ୍ ରେ କେତେ ବଡ ଅଜଗର ! ଦେଖିଲା ବେଳକୁ ଛାତି ଥରିଉଠୁଛି। ଚାରିଆଡେ ଜଙ୍ଗଲ ଆଉ ଏଇ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି ଅଜଗର ସାପ । ଦେଖୁନାହାନ୍ତି ବିରାଟକାୟ ଅଜଗରକୁ ଦେଖିବା ପାଇଁ କେମିତି ଜମିଛି ଲୋକଙ୍କ ଭିଡ । ଆପଣମାନେ ତ ଜାଣିଛନ୍ତି ଆମ ଦେଶରେ ଅନେକ ପ୍ରକାର ସାପ ଦେଖିବାକୁ ମିଳିଥାଏ । ସେମାନଙ୍କ ଭିତରୁ ଅଜଗର ସାପ ଅନ୍ୟତମ, ଯାହାର ନା ଶୁଣିବା ମାତ୍ରରେ ଛାତିରେ ଛନକା ପଶିଯାଏ । ତେବେ ଏଭଳି ଭୟଙ୍କର  ସାପକୁ ଦେଖିବାକୁ ଏଠାରେ କିନ୍ତୁ ପ୍ରବଳ ଲୋକ ଜମା ହୋଇଛନ୍ତି ।

କାରଣ ବିରାଟକାୟ ଅଜଗରଟି ନିସ୍ତେଜ ହୋଇପଡିରହିଛି। ଠିକ୍ ସେ ଚଲାବୁଲା କରିପାରୁନି । ହେଲେ କାରଣ କଣ ଜାଣିଲେ ଆପଣ ବି ଚେଇଁକି ଉଠିବେ ଅଜଗରଟି ଜଙ୍ଗଲରେ ଶିକାରକୁ ଜଗି ବସିଥିବାବେଳେ ହାବୁଡରେ ପଡିଯାଇଥିଲା ଗୋଟେ ବୁଲା କୁକୁର । ଆଉ ତାପରେ ଅଜଗରଟିର ଏହି ଅବସ୍ଥା । ଆଜ୍ଞା କୁକୁରକୁ ଗିଳିଲା ବିରାଟକାୟ ଅଜଗର। ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁର ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଏକ ଛାତିଥରା ଦୃଶ୍ୟ ।

ତେବେ ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିବା ପାଇଁ ଖୁବ୍ ଚେଷ୍ଟା କରିଥିଲା । ଶେଷରେ ଅଜଗରଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ କର୍ମଚାରୀ। ତେବେ ଅଜଗରଟିକୁ ଉଦ୍ଧାର କରାଯାଇ ଅଟେଇ ଜଙ୍ଗଲର କୋର ଏରିଆରେ ଛଡାଯାଇଥିବା ଜଣାପଡିଛି । ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁର ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ କିଛି ଲୋକ ଯାଉଥିବା ସମୟରେ ହଠାତ୍ ଏହି ଅଗଜରଟିକୁ ଦେଖିବାକୁ ପାଇଥିଲେ । ଏଭଳି ବିରାଟକାୟ ଅଜଗରକୁ ଦେଖି ସେମାନେ ଚମକି ପଡିଥିଲେ। ଆଉ ଜାଣିବାକୁ ପାଇଥିଲେ ଅଜଗରଟି ସ୍ଥାନୀୟ ଅଞ୍ଚଳର ଏକ କୁକୁରକୁ ଗିଳି ଦେଇଥିବାରୁ କୁଆଡେ ଚଲାବୁଲା କରିପାରୁନାହିଁ।

ତେବେ ଥରେ ଭାବିଲେ ଏମିତି ମଣିଷ ଚଲା ରାସ୍ତା ପାଖରେ ଯଦି ଏଭଳି ବିରାଟକାୟ ଅଜଗରଟି ଶିକାର ସନ୍ଧାନରେ ଜଗିବସିଥିବ ଆଉ ହାବୁଡରେ ଯଦି କୁକୁର ବଦଳରେ କେଉଁ ମଣିଷ ପଡିଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତି । ତେବେ ଖାସ୍ କରି ଜଙ୍ଗଲ ପାଖ ଅଞ୍ଚଳର ଲୋକେ ମୁଖ୍ୟତଃ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରଇଥାନ୍ତି ଏବଂ ଘଞ୍ଚ ଜଙ୍ଗଲ ଭିତରକୁ ସେମାନଙ୍କୁ ଯିବାକୁ ପଡିଥାଏ । ତେବେ ଏହି ଘଟଣା ଶୁଣିବା ପରେ ଏଭଳି କିଛି ଅଘଟଣକୁ ଏଡାଇବା ପାଇଁ ସେମାନେ ନିହାତୀ ସତର୍କତା ଅବଲମ୍ବନ କରିବେ । ଏପଟେ ଏତେ ବଡ଼ ଅଜଗରକୁ ଦେଖି ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.