ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ଆହତ

ବ୍ରିଜ ତଳକୁ ଖସିଲା ଟ୍ରକ। ଢେଙ୍କାନାଳ ଗୁଣ୍ଡିଚାପଡ଼ା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଅର୍ଦ୍ଧ ନିର୍ମିତ ବ୍ରିଜ ତଳକୁ ଖସିଥିଲା ଯାଇଥିଲା ଟ୍ରକ୍। ଗାଡିଟି ବ୍ରିଜରେ ଝୁଲି ରହିଥିବାବେଳେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 ଢେଙ୍କାନାଳ (କେନ୍ୟୁଜ): ବ୍ରିଜ ତଳକୁ ଖସିଲା ଟ୍ରକ। ଢେଙ୍କାନାଳ ଗୁଣ୍ଡିଚାପଡ଼ା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଅର୍ଦ୍ଧ ନିର୍ମିତ ବ୍ରିଜ ତଳକୁ ଖସିଥିଲା ଯାଇଥିଲା ଟ୍ରକ୍। ଗାଡିଟି ବ୍ରିଜରେ ଝୁଲି ରହିଥିବାବେଳେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗତ କିଛି ଦିନ ପୂର୍ବରୁ ଏହି ସ୍ଥାନରେ ଏକ ଟୁରିଷ୍ଟ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ସରୁନଥିବାରୁ ବାରମ୍ବାର ଏଭଳି ଦୁର୍ଘଟମା ହେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।