Below header

ଚୋର ଆଗରେ ଚକ୍‌ମା ଖାଇଲା ଦିଲ୍ଲୀ ପୋଲିସ, ସୋରରୁ ଗିରଫ କରି ନେଉଥିବାବେଳେ ବାଲେଶ୍ୱର ସେଷ୍ଟନରୁ ଚମ୍ପଟ୍‌ ମାରିଲା ଲୁଟେରା

ବାଲେଶ୍ୱର(କେନ୍ୟୁଜ୍): ଚୋର ଆଗରେ ଚକ୍‌ମା ଖାଇଲା ଦିଲ୍ଲୀ ପୋଲିସ । ସୋର ଅଞ୍ଚଳରୁ ଗିରଫ କରି ନେଇ ଯାଉଥିବା ବେଳେ ବାଲେଶ୍ୱର ସେଷ୍ଟନରୁ ଚମ୍ପଟ୍‌ ମାରିଲା ଲୁଟେରା । ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଘରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌ କରିବା ଅଭିଯୋଗ ଥିଲା ସୋର ରଘୁନାଥପୁରର କରୁଣାକର ଦାସଙ୍କ ନାଁରେ । ଏହି ଅଭିଯୋଗରେ ଗତକାଲି ସୋର ପୋଲିସ ତାକୁ ଗିରଫ କରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା । କରୁଣାକରକୁ ଦିଲ୍ଲୀ ନିଆଯାଉଥିବା ବେଳେ ବାଲେଶ୍ୱର ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଫେରାର ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.