ମତେ ଧର : ଡେରାଡୁନର ଏକ ଦୋକାନରେ କଳାକନା ବୁଲାଇ ଫେରାର୍ ହୋଇଗଲା ଚୋର, କିନ୍ତୁ ଛାଡି ଚାଲିଗଲା ନିଜର ଆଧାର କାର୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଡେରାଡୁନ୍ ଠାରେ ଚୋରିର ଏକ ରୋଚକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଚୋର ଜଣଙ୍କ ପୁରା ଦୋକାନରେ କଳାକନା ବୁଲାଇ ଚାଲିଯାଇଥିଲା। ହେଲେ ନିଜର ଆଧାର କାର୍ଡ ଚୋରି କରିଥିବା ଦୋକାନରେ ଭୁଲ ବଶତଃ ଛାଡି ପଳାଇଥିଲା । ଚୋରି କରିବାର ପାଖାପାଖି ଏକ ମାସପରେ ଉକ୍ତ ଦୋକାନର ସଫା କାର୍ଯ୍ୟ ଚାଲିଥିବାବେଳେ ଦୋକାନୀଙ୍କୁ ଏକ ଆଧାର କାର୍ଡ ମିଳିଥିଲା । ପରେ ସେ ଆଧାର କାର୍ଡ ଟିକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ସିସିଟିଭି ଫୁଟେଜ୍ ସାହାର୍ଯ୍ୟରେ ମଧ୍ୟ ଚୋରକୁ ଧରିବାରେ ବିଫଳ ହୋଇଥିବା ପୋଲିସ୍ ଶେଷରେ ଆଧାର କାର୍ଡ ଦ୍ବାରା ଚୋର ପାଖରେ ପହଁଚିବାରେ ସଫଳ ହୋଇଛି।

thiefଗତ ମାସରେ ଡେରାଡୁନର ଅନିଲ୍ ସେଠିଙ୍କର ଜେନେରାଲ ଷ୍ଟୋରରେ ଚୋରି ହୋଇଥିଲା । ଚୋର ଦୋକାନ ଉପରେ ଥିବା ଟିଣ ଛାତକୁ ଭାଙ୍ଗି ଭିତରେ ପଶି ଚୋରି କରିଥିଲା । ଏହି ସମୟରେ ଦୋକାନରେ ଲାଗିଥିବା ସିସିଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଯାଇଥିଲା। ହେଲେ ପୋଲିସ୍ ଚୋର ପାଖରେ ପହଁଚିବାରେ ବିଫଳ ହୋଇଥିଲା । କିନ୍ତୁ ଏହି ଆଧାର କାର୍ଡ ଦ୍ବାରା ପୋଲିସ୍ ୨୭ ବର୍ଷିୟ ନିରଜ ପାଖରେ ପହଁଚି ତାକୁ ଗିରଫ କରି ପଚରାଉଚରା କରିଛି।

ଏହାସହ ପଢନ୍ତୁ : ଡିଟିସି ବସରେ ‘ତେରା ଆଁଖ୍ୟା କା ୟୋ କାଜଲ’ ଗୀତରେ ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ହେଲା ଭାଇରାଲ୍, ଡ୍ରାଇଭର ନିଲମ୍ବିତ

arrestଏହି ପଚରାଉଚରା ସମୟରେ ନିରଜ ଚୋରି କରିବଥିବା ମାନିବା ସହିତ ପୂର୍ବରୁ କରିଥିବା ଅନ୍ୟ ଚୋରି ବିଷୟରେ ମଧ୍ୟ କହିଛି। ୨୦୧୨ ମସିହାରେ ନିରଜ ୬୫ହଜାର ଟଙ୍କାର ଏକ ମୋବାଇଲ୍ ଫୋନ୍ ଚୋରି କରିଥିବା ନେଇ ମଧ୍ୟ ଜେଲରେ ରହିସାରିଛି । ସୂଚନା ଥାଉକି, ନିରଜର ବାପା ମା ନଥିବା ବେଳେ ସେ ଏହି ଚୋରି କରି ନିଜ ସଉକ ପୂରଣ କରିଥାଏ । ତେବେ ପୋଲିସ୍ ଏନେଇ ଅଧିକ ତଦନ୍ତ କରି ତାକୁ କୋର୍ଟରେ ହାଜିର କରିବ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.