Below header

ଅଧାବାଟରେ ଗାଡ଼ି ଅଟକାଇ ଚା ପିଇବା ପଡ଼ିଲା ମହଙ୍ଗା, ପୋଲିସକୁ ଚକମା ଦେଇ ଫେରାର ହେଲା ଚୋର

ଦେଓଗାଁ(କେନ୍ୟୁଜ୍): ପୋଲିସକୁ ଚକମା ଦେଇ ଫେରାର ହେଲା ଚୋର। ଅଧାବାଟରେ ଗାଡ଼ି ଅଟକାଇ ଚା ପିଇବା ପଡ଼ିଲା ମହଙ୍ଗା। ବିଜୁଳି ତାର ଚୋରି ମାମଲାରେ ଦେଓଗାଁ ପୋଲିସ ସମ୍ବଲପୁର ଗୁଣ୍ଡେରପୁର ଗାଁରୁ ଗୁଠୁଲୁ ଭରାସାଗରକୁ ଦେଓଗାଁ ନେଉଥିବା ବେଳେ ଫେରାର ହୋଇଛି ଦୁର୍ବୃତ୍ତ। ଦେଓଗାଁ ଆଇଆଇସିଙ୍କ ନେତୃତ୍ୱରେ ଯାଉଥିବା ଦଳ ବାଟରେ ଚା ପିଇବାକୁ ଅଟକି ଥିଲେ। ଆଇଆଇସି, ଏଏସଆଇ ଓ ଦୁଇଜଣ କନେଷ୍ଟବଲ ଚା ପିଉଥିବା ବେଳେ ଏହାର ସୁଯୋଗ ନେଇ ଗୁଠୁଲୁ ଫେରାର ହୋଇଯାଇଛି। ଗୁଠୁଲ ହାତରେ ହାତକଡ଼ି ଲାଗିଛି। ଦେଓଗାଁ ପୋଲିସ ସୁବର୍ଣ୍ଣପୁର ବ୍ଲକ ଆଖପାଖରେ ତାକୁ ଖୋଜିଥିଲେ ମଧ୍ୟ ଗୁଠୁଲର ଟେର ପାଇନଥିଲେ। ଏହି ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.