Below header

ପକ୍ଷାଘାତ ରୋଗୀଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ଯ ପାଇଁ ଆକୁଳ ନିବେଦନ କରୁଛି ଏହି ପରିବାରର

ପାଟଣାଗଡ(କେନ୍ୟୁଜ): ଗରିବ ଘରର ରୋଜଗାରକ୍ଷମ ବ୍ଯକ୍ତି ଯଦି ଆକର୍ମଣ୍ଯ ହୋଇଯାଏ, ତେବେ ସେହି ଘରର ଅବସ୍ଥା ଯେ କଣ ହେବ, ତାହା ନିଜେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଟଙ୍କାପାଣି ପଞ୍ଚାୟତ ସରେଇବାହାଲ ସାନକଲୋନୀର ଦିଲ୍ଲୀପ ହିଆଲ। ଗତ ଚାରି ବର୍ଷ ହେଲାଣି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଖଟରେ ପଡି ରହିଛନ୍ତି। ନିଜର ସମ୍ପତ୍ତି କହିଲେ ସରକାର ଭୂମିହୀନଙ୍କୁ ଥଇଥାନ ଯୋଜନାରେ ଦେଇଥିବା ୪ ଡେସିମିଲ ଜାଗା। ଘରେ ରୁହନ୍ତି ଦିଲ୍ଲୀପ, ତାଙ୍କ ସ୍ତ୍ରୀ, ଝିଅ, ପୁଅ ଓ ବୃଦ୍ଧା ମା। ଦିଲ୍ଲୀପ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଘରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି କରି ଚିକିତ୍ସା କରିବା ପରେ ବିଜୁ ସ୍‌ୱାସ୍ଥ୍ୟ କଲ୍ଯାଣ ଯୋଜନାରେ ବି ଚିକିତ୍ସା କରାଇଛନ୍ତି ତାଙ୍କ ସ୍ତ୍ରୀ ଭାମା ହିଆଲ। ଏପରିକି ବୁର୍ଲା, କଟକ ସହିତ ରାଇପୁର ନେଇ ଦିଲ୍ଲୀପଙ୍କ ଅପରେସନ କରାଇଛନ୍ତି ହେଲେ ଫଳ ଶୂନ। ଦିଲ୍ଲୀପ ଖଟରୁ ଉଠି ପାରୁନଥିବାରୁ ତାଙ୍କର ସମସ୍ତ ସେବା କରିବା ସହିତ ପରିବାରର ଅନ୍ଯମାନଙ୍କୁ ମୁଠାଏ ଦାନା ପାଇଁ ମୂଲ ଲାଗି ଯାଆନ୍ତି ସ୍ତ୍ରୀ ଭାମା ।

ସରକାରୀ ଯୋଜନା ରେ ଚାଉଳ ୧୫ କିଲୋ ପାଉଥିବା ବେଳେ ନିଜର ଦୁଇ ଛୁଆ ତଥା ବୃଦ୍ଧା ଶାଶୁମା ଙ୍କ ମୁହଁରେ ମୁଠାଏ ଦାନ ଦେବା ପାଇଁ ମୁଲିଆ ଭାବରେ କାମକରନ୍ତି ଭାମା। ଘରର ଅବସ୍ଥା ଏପରି ହୋଇ ଯାଇଛି ଯେ ପିଲାମାନଙ୍କ ପାଇଁ କପଡା କିଣିବା ମଧ୍ୟ କଷ୍ଟ ହୋଇ ଯାଇଛି। ରାଇପୁରରେ ବିଜୁ ସ୍‌ୱାସ୍ଥ୍ୟ କାର୍ଡରେ ଅପରେସନ ପରେ ଡାକ୍ତର ଦୁଇ ବର୍ଷ ପର୍ଯ୍ଯନ୍ତ ମାସକୁ ୫ ହଜାର ଟଙ୍କାର ଔଷଧ ଖାଇଲେ ସୁସ୍ଥ ହୋଇ ଯିବେ ବୋଲି ପରାମର୍ଶ ଦେଇଥିଲେ ମଧ୍ୟ ଘରର ଆର୍ଥିକ ଅନାଟନ ହେତୁ ଔଷଧ କିଣି ନପାରି ଘରେ ସେମିତି ପଡିରହିଛନ୍ତି ଦିଲ୍ଲୀପ ।

ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଦିଲ୍ଲୀପଙ୍କ ବିଷୟରେ ଜାଣିବା ପରେ ତାଙ୍କ ପରିବାରକୁ ସାଙ୍ଗେ ସାଙ୍ଗେ ଅନ୍ତୋର୍ଦୟ ଯୋଜନାରେ ସାମିଲ କରିବା ସହିତ ଯେହେତୁ ସେ ବିଜୁ କଲ୍ଯାଣ ସ୍‌ୱାସ୍ଥ୍ୟ ଯୋଜନା ରେ ଅପରେସନ ହୋଇଛନ୍ତି ପୁଣି ଯଦି କେଉଁଠାକୁ ନେବାକୁ ପଡେ ରେଡ଼କ୍ରସ ତରଫରୁ ସାହାଯ୍ଯ କରାଯିବ ବୋଲି କହିଛନ୍ତି। ଘରର ମୁରବି ଆକର୍ମଣ୍ଯ ହେଲାପରେ ବେସାହାରା ହୋଇ ଯାଇଛି ଏହି ପରିବାର । ସରକାରୀ, ବେସରକାରୀ କିମ୍ବା ବ୍ଯକ୍ତିଗତ ସହାୟତାକୁ ଅପେକ୍ଷା କରି ରହିଛନ୍ତି ।

letter

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.