ଓସ୍କାର ୨୦୨୩ ପାଇଁ ସଟ୍‌ଲିଷ୍ଟ ହେଲା ‘ଦ କଶ୍ମୀର ଫାଇଲ୍ସ’ ସମେତ ଆଉ ୫ ଭାରତୀୟ ଫିଲ୍ମ, ବିବେକ ଅଗ୍ନିହୋତ୍ରୀ କଲେ ଟ୍ଵିଟ୍‌

ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । କେବଳ କଶ୍ମୀର ଫାଇଲ୍ସ ନୁହେଁ ବରଂ କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ମଧ୍ୟ ଓସ୍କାର ନୋମିନେସନ ପାଇଁ ସର୍ଟଲିଷ୍ଟ ହୋଇଛି । ଆଉ ଏହାକୁ ନେଇ ବିବେକ ଅଗ୍ନିହୋତ୍ରୀ ସମସ୍ତ ଫିଲ୍ମଙ୍କୁ ଶୁଭକାମନା ଜଣାଇଛନ୍ତି ।

ଓସ୍କାର ନୋମିନେସନ ପାଇଁ ୩୦୧ଟି ଫିଲ୍ମର ଚୟନ କରିଛି ଓସ୍କାର ଏକାଡେମୀ। ସେଥିମଧ୍ୟରେ ରହିଛି ୫ ଭାରତୀୟ ଫିଲ୍ମ । ଏସଏସ ରାଜାମୌଲିଙ୍କ RRR, ସଞ୍ଜୟ ଲୀଲା ଭନସାଲୀଙ୍କ ଗଙ୍ଗୁବାଇ କାଠିଆଓ୍ଵାଡି, ବିବେକ ଅଗ୍ନିହୋତ୍ରୀଙ୍କ ‘ ଦି କଶ୍ମୀର ଫାଇଲ୍ସ’, ରିଷଭ ସେଟ୍ଟୀଙ୍କ କାନ୍ତାରା ଓ ପାନ ନଲିନଙ୍କ ଚେଲୋ ସୋକୁ ଓସ୍କାର ଦୌଡରେ ରହିଛି ।

କିଛି ଦିନ ତଳେ ବିବେକ ଅଗ୍ନିହୋତ୍ରୀ ଏହାକୁ ନେଇ ଟ୍ଵିଟ୍‌ କରିଥିଲେ । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । କଶ୍ମୀର ଫାଇଲ୍ସରେ ଅଭିନୟ କରିଥିବା ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର,ପଲ୍ଲବୀ ଯୋଶୀ, ଓ ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତା କ୍ୟାଟେଗୋରୀରେ ସର୍ଟଲିଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଦି କଶ୍ମୀର ଫାଇଲ୍ସ ଫିଲ୍ମ କଶ୍ମୀର ପଣ୍ଡିତଙ୍କ ଜୀବନ ଏବଂ ସେମାନଙ୍କ ବଳିଦାନର କାହାଣୀ ଦେଖିବାକୁ ମିଳିଥିଲା ।  ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା । କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ଉପରେ ଆଧାରିତ ଥିଲା ।  ଦ କଶ୍ମୀର ଫାଇଲ୍ସ ମାର୍ଚ୍ଚ ୧୧ ତାରିଖରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.