ସୌଭାଗ୍ୟଙ୍କ ରେକର୍ଡ ନିଶା, ଗୋଡରେ ନୁହେଁ ହାତରେ ଚାଲନ୍ତି ପ୍ରତିଦିନ

ବୋଲଗଡ: ଦୁନିଆ ବଡ ଅଜବ । ପ୍ରତିଦିନ ଏହି ଅଜବ ଦୁନିଆରେ ବହୁତ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥାଏ । ଯାହାକୁ ଜଣେ ସହଜରେ ବିଶ୍ବାସ କରିବା ବହୁତ କଷ୍ଟକର । ଆଜିକାଲି ମଣିଷ ଏମିତି କିଛି ଅସାଧାରଣ କାମ କରିଥାଏ ଯାହା ତାକୁ ଲୋକଲୋଚନକୁ ଆଣିବାକୁ ବାଧ୍ୟ କରିଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ଅସରାଲ ପଞ୍ଚାୟତ ମାଗୁରା ଗ୍ରାମରେ । ଯେଉଁଠାରେ ସୌଭାଗ୍ୟ ବରାଡ ନାମକ ଜଣେ ଯୁବକ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି । ଯେଉଁ କାମକୁ ଜଣେ ସାଧାରଣ ଲୋକ କରିବା କାଠିକର ପାଠ ।

ଆମେ ଜାଣିବାରେ ସେ ପଶୁ ହେଉ କି ମଣିଷ ସମସ୍ତେ ନିଜ ନିଜର ଗୋଡରେ ହିଁ ଚାଲିଥାନ୍ତି । ମାତ୍ର ସୌଭାଗ୍ୟ ପ୍ରତ୍ୟକ ଦିନ ୩୦୦ ମିଟିର ହାତରେ ଚାଲିଥାନ୍ତି । ଏହ କୌଣସି ସର୍କସ ପାଇଁ ତାଲିମ୍ ନେବା ପାଇଁ ନୁହେଁ ବରଂ ରେକର୍ଡ ନିଶାରେ ଏପରି କରିଥିବା କହିଛନ୍ତି ସୌଭାଗ୍ୟ । ତାଙ୍କର ଏହି ନିଶା ଏବେ ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.