Below header

ଏକ ବର୍ଷ ପାଇଁ ମାଗଣାରେ ପାଆନ୍ତୁ Apple TV+ ସର୍ଭିସ ! ୬ ଜଣ ଫ୍ୟାମିଲି ମେମ୍ବରର୍ସଙ୍କୁ କରିପାରିବେ ସେୟାର

ଆପଲର ନୂଆ ଷ୍ଟ୍ରିମିଙ୍ଗ୍‌ ଟେଲିଭିଜନ ସର୍ଭିସ (apple streaming television service) ‘ଆପଲ ଟିଭି ପ୍ଲସ’ ଏବେ ଆଇଫୋନ, ଆଇପ୍ୟାଡ୍‌, ଆପଲ ଟିଭି ଏବଂ ମ୍ୟାକ ଟିଭି ଆପରେ ଉପଲବ୍ଧ ହୋଇଗଲାଣି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସର୍ଭିସର ଲାଭ ସ୍ମାର୍ଟ ଟିଭି, ରୋକୁ, ଆମାଜନ ଫାୟାର ଟିଭି ଷ୍ଟିକ ଏବଂ ଟିଭି ଡଟ୍‌ ଆପଲ ଡଟ୍‌ କମ୍‌ ୱେବରେ ଉଠାଇପାରିବେ। ଏହି ସେବା ଦୁନିଆର ୧୦୦ ରୁ ଅଧିକ ଦେଶରେ ଉପଲବ୍ଧ ଏବଂ ଏହାର କଣ୍ଟେଟକୁ ୪୦ ଭାଷାରେ ସବଟାଇଟଲରେ ଡବିଂ କରାଯାଇଛି।

ଯଦି ଆପଣ ଏକ ନୂଆ ଆଇଫୋନ, ଆଇପ୍ୟାଡ୍‌, ଆପଲ ଟିଭି, ମ୍ୟାକ୍‌ କିମ୍ବା ଆଇପ୍ୟାଡ୍‌ କିଣୁଛନ୍ତି ତେବେ ଆପଣ ଏକ ବର୍ଷ ପଯ୍ୟର୍ନ୍ତ ଆପଲ ଟିଭି ପ୍ଲସର ମାଗଣାରେ ମଜା ଉଠାଇପାରିବେ। ଥରେ ଏହି ମାଗଣା ଅବଧି ସରିଗଲା ପରେ ଗ୍ରାହକ ୯୯ ଟଙ୍କା ମାସକୁ ପେମେଣ୍ଟ କରି ଏହାର ଲାଭ ଉଠାଇପାରିବେ।

apple

ଏହାସହ ପଢନ୍ତୁ : Google Pay ଆଣିଲା ନୂଆ ସିକ୍ୟୁରିଟୀ ଫିଚର, ଏଣିକି ଫେସ୍ ରିକଗ୍ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଦ୍ୱାରା କରିପାରିବେ…

ଫ୍ୟାମିଲି ସହିତ କରିପାରବେ ସେୟାର

ଆପଲର ଏହି ସର୍ଭିସକୁ ପରିବାର ସହିତ ସେୟାର କରିବା ମଧ୍ୟ ସହଜ। Apple TV+ରେ ଫ୍ୟାମିଲୀ ସେୟାରିଂ ଫିଚର ଦିଆଯାଇଛି, ଯାହା ସାହାଯ୍ୟରେ ୟୁଜର୍ସ ୬ ଜଣ ଫ୍ୟାମିଲି ମେମ୍ବରସଙ୍କ ସହିତ ଏହାକୁ ସେୟାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.