ସ୍ମିତାରାଣୀ ମୃତ୍ୟୁ ମାମଲାରେ ଘନଉଛି ବିବାଦ, ଯାଜପୁର ରଗଡ଼ି ଜେଲରେ ରୂପେଶ ଭଦ୍ରଙ୍କୁ ରାଜକୀୟ ଚର୍ଚ୍ଚା ମିଳୁଥିବା ଅଭିଯୋଗ

ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଘନଉଛି ବିବାଦ। ଏହି ଘଟଣାରେ ଯାଜପୁର ଜିଲ୍ଲା ରଗଡ଼ି ଜେଲରେ ଥିବା ରୂପେଶ ଭଦ୍ରଙ୍କୁ ରାଜକୀୟ ଚର୍ଚ୍ଚାରେ ଆପ୍ୟାୟିତ କରାଯାଉଥିବା ଅଭିଯୋଗ ହୋଇଛି। ଜେଲର ଚାରିକାନ୍ଥ ମଧ୍ୟରେ ତାଙ୍କୁ ସବୁପ୍ରକାର ସୌଖୀନ ସାମଗ୍ରୀ ଯୋଗାଇଦିଆଯିବା ସହ ଖାଇବା ପାଇଁ ଷ୍ଟାର ହୋଟେଲରୁ ଖାଇବା ଯୋଗାଇ ଦିଆଯାଉଛି। ତାଙ୍କୁ ଅବାଧରେ ଭେଟିବାକୁ ସୁଯୋଗ ଦିଆଯାଉଛି। ଜେଲରେ ରୂପେଶ ନିଜର ଦରବାର ଚଳାଇଥିବା କୁହାଯାଇଛି। ଏପରିକି ତାଙ୍କୁ ଭେଟିବାକୁ ଜେଲ ବାହାରେ ନାମୀଦାମୀ କାର ମଧ୍ୟ ଲାଗିଥିବା ଦେଖାଯାଇଛି। ଜେଲର ଅନ୍ୟ କଏଦୀଙ୍କ ଆତ୍ମୀୟମାନେ ଭେଟିବା ପାଇଁ ବହୁ କଟକଣା ଥିବା ବେଳେ ରୂପେଶଙ୍କ ପାଇଁ ସବୁ କଟକଣା ନିଷ୍କ୍ରିୟ ହୋଇଯାଇଛି। ରୂପେଶଙ୍କୁ ଜେଲର କିଛି କର୍ମଚାରୀ କୋହଳ ମନୋଭାବ ଦେଖାଉଥିବା ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.