Below header

ଲଣ୍ଡନ ରୁ ସିଧା ଓଡିଶାର ଗଞ୍ଜାମ..ଗରୀବ ଓ ଅସହାୟ ଲୋକଙ୍କୁ ସାହାର୍ଯ୍ଯର ହାତ ବଢାଇଛନ୍ତି ଏହି ଦମ୍ପତି

ଭଞ୍ଜନଗର(କେନ୍ଯୁଜ୍): କୁଷ୍ଠାଶ୍ରମ ଠାରୁ ଆରମ୍ଭ କରି ବଣ-ପାହାଡ ଘେରା ଉପାନ୍ତ ଅଞ୍ଚଳ । ଗରୀବ ଓ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ-ସୁଖ ବୁଝୁଛନ୍ତି , ଖାଦ୍ୟ ଓ ବସ୍ତ୍ର ଦାନ କରୁଛନ୍ତି । ସେମାନଙ୍କ ସମସ୍ଯା ଓ ଆବଶ୍ଯକତା କୁ ନେଇ ଭାବବିନିମୟ ବି କରୁଛନ୍ତି । ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଭଳି ମାନସିକତା ବଦଳରେ , ଶାନ୍ତି ର ବାର୍ତ୍ତା କୁ ବିଶ୍ଵରେ ପହଞ୍ଚାଇବା ଲକ୍ଷ ନେଇ ଲଣ୍ଡନ ରୁ ଗଂଜାମ କୁ ଆସିଛନ୍ତି ଓଡ଼ିଆ ଦମ୍ପତି । ଭଞ୍ଜନଗର ବ୍ଳକ୍‌ ଅନ୍ତର୍ଗତ ଚିଦାନନ୍ଦ କୁଷ୍ଠାଶ୍ରମ ଏବଂ ଜଗନ୍ନାଥପ୍ରସାଦ ବ୍ଳକ ର ବିଭିନ୍ନ ଉପାନ୍ତ ତଥା ବଣ-ପାହାଡ ଘେରା ଅଞ୍ଚଳରେ ରହୁଥିବା ଗରୀବ ଓ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

ଲଣ୍ଡନର ସଦ୍ଭାବନା ରାଷ୍ଟ୍ରଦୁତ ଭାବେ ଦାୟିତ୍ବ ନେଇଛନ୍ତି ଓଡ଼ିଆ ପୁଅ ଡଃ ମଳୟ କୁମାର ନାୟକ । ପରିବାର ସହ ସେ ଏବେ ଲଣ୍ଡନ ବାସିନ୍ଦା । ଓଡ଼ିଶାର ଗରୀବ ଓ ଅସହାୟ ଙ୍କ ସେବା କରିବା ପାଇଁ , ସେ ଲଣ୍ଡନ ରେ ନାୟକ ଫାଉଣ୍ଡେସନ ନାମକ ନିଜସ୍ୱ ସେବା ଅନୁଷ୍ଠାନ ଗଢ଼ିଛନ୍ତି । ସେହି ଲକ୍ଷରେ ସେ ପରିବାର ସହ ଓଡ଼ିଶା ଆସି ଏଭଳି ସହାୟତାର ପରିକଳ୍ପନା କରିଛନ୍ତି ।

campaign

ଆଗକୁ ନାୟକ ଫାଉଣ୍ଡେସନ ଓ ବିଶ୍ଵ ଓଡ଼ିଶା ର ମିଳିତ ସହଯୋଗରେ , ଓଡ଼ିଶାର ଗରୀବ ଓ ମେଧାବୀ ଛାତ୍ର ଛାତ୍ରୀ ତଥା ଯୁବଗୋଷ୍ଠୀ ଙ୍କ ପାଇଁ ଆତ୍ମନିଯୁକ୍ତି ଭଳି ଯୋଜନା ଓ ସହାୟତା କାର୍ଯ୍ଯକ୍ରମ ଜାରି ରଖିବେ ବୋଲି କୁହାଯାଇଛି । ଏହା ସହ ଓଡ଼ିଶା ର କଳା – ସଂସ୍କୃତି – ସାହିତ୍ୟ ଓ ପରମ୍ପରା କୁ ତାଙ୍କ ଅନୁଷ୍ଠାନ ଜରିଆରେ ବିଶ୍ଵ ପ୍ରସାରୀ କରାଇବା ପାଇଁ ଲକ୍ଷ ରଖାଯାଇଥିବା କହିଛନ୍ତି , ବିଶ୍ଵ ଓଡ଼ିଶା ର ସାଧାରଣ ସମ୍ପାଦକ ।

ଯୁଦ୍ଧ ନୁହେଁ , ଆମେ ଶାନ୍ତି ଚାହୁଁ । ସ୍ୱାର୍ଥ ନୁହେଁ , ଆମେ ସେବାରେ ବିଶ୍ୱାସ କରୁ । ଏମିତି କିଛି ମହତ୍ବ ଉଦ୍ଦେଶ୍ଯ ନେଇ , ଲଣ୍ଡନ ରୁ ଓଡ଼ିଶା ଆସି ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରୀବ , ଅସହାୟ ଙ୍କୁ ସାହାଯ୍ଯର ହାତ ବଢାଇବା, ନିଶ୍ଚିତ ଭାବେ ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଛି । ଏହା ସହ ଅନ୍ଯମାନଙ୍କୁ ଏଭଳି ଚିନ୍ତାଧାରା , ବେଶ୍‌ ପ୍ରଭାବିତ କରିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

ଗଞ୍ଜାମ ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.