Below header

ଯୁଦ୍ଧରେ ନିୟମ କାନୁନ, କଣ କେବେ ବି କେମିତି ବି ଯୁଦ୍ଧ କରିହେବ ?

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦିନ ଗଡି ଗଡିଚାଲିଛି । ବନ୍ଦ ହେବାର ନାଁ ମଧ୍ୟ ନେଉନାହିଁ । ଋଷିଆ କ୍ରମାଗତ ଭାବରେ ଆକ୍ରମଣ କରି ଚାଲିଥିବା ବେଳେ ୟୁକ୍ରେନର କହିବା କଥା କି ସେ ମଧ୍ୟ ଋଷକୁ ଉଚିତ ଜାବାବ ଦେଉଛି । ଖବର ଅନୁଯାୟୀ ଦୁଇ ଦେଶ ବେଶ ଅସୁବିଧାର ସ୍ମମୁଖୀନ ହେଉଛନ୍ତି । ତୁରନ୍ତ ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରତିବନ୍ଧକ ଏବଂ ଆଲୋଚନା ମାଧ୍ୟମରେ ଋଷିଆ ଉପରେ ଚାପ ପକାଇବାକୁ ଚେଷ୍ଠା କରାଯାଉଛି । କିନ୍ତୁ ଋଷିଆ ଆକ୍ରମଣ ବନ୍ଦ କରିବାର ନାଁ ମଧ୍ୟ ଧରୁ ନାହିଁ । ଏହି ଯୁଦ୍ଧରେ .ୟୁକ୍ରେନର ଅନେକ କିଛି କ୍ଷତି ହୋଇଥିବା ବେଳେ ଅନେକ ଦେଶ ଋଷିଆକୁ ଭାରିମାତ୍ରାରେ ସମାଲୋଚନା କରୁଛନ୍ତି ।

ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କିଭ ସହିତ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ଚାଲିଥିବା ଋଷ ଆକ୍ରଣଣକୁ ଆତଙ୍କବାଦ ସହ ତୁଳନା କରିଛନ୍ତି । ଏବଂ ଏହାକୁ ଏକ ଯୁଦ୍ଦ ଅପରାଧ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଋଷିଆକୁ କ୍ଷମା କରାଯିବ ନାହିଁ କିମ୍ବା କେହି ଏହାକୁ ଭୁଲି ପାରିବେ ନାହିଁ ।

ତେବେ କୁହାଯାଏ ଯୁଦ୍ଧରେ ନିୟମ ନଥାଏ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଭାବକୁ ଆଖି ଆଗରେ ରଖି ଜେନେଭାରେ ଏକ ସ୍ମମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିିରେ ଯୁଦ୍ଧ ସମ୍ବନ୍ଧୀୟ ନିୟମ କରାଯାଇଥିଲା । ତେବେ ଜାଣିବା କଣ ସେହି ନିୟମ ।

୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୫୦ମିଲିୟନରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଯୁଦ୍ଧରେ ପ୍ରଥମ ଥର ପାଇଁ ପରମାଣୁ ବୋମା ମଧ୍ୟ ବ୍ୟବହୃତ ହୋଇଥିଲା । ଏହି ବିନାଶ ଏତେ ଭୟଙ୍କର ଥିଲା ଯେ ୧୯୪୯ ମସିହାରେ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ଜେନେଭାରେ ବିଶ୍ୱର ଅନେକ ଦେଶର ମୁଖ୍ୟମାନେ ଏକତ୍ରିତ ହୋଇଥିଲେ । ଏହାକୁ ଜେନେଭା ସମ୍ମିଳନୀ କୁହାଯାଏ । ଏହିଠାରେ ସମସ୍ତେ ଯୁଦ୍ଧର ନିୟମ ତିଆରି କରାଯାଇଥିଲା ।

ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିବା ନିୟମରେ ନିଷ୍ପତ୍ତି ନିଆଗଲା ଯେ ଯୁଦ୍ଧ କିପରି ହେବ । ଯୁଦ୍ଧରେ କାହା ଉପରେ ଆକ୍ରମଣ କରାଯାଇପାରିବ, କାହା ଉପରେ ନାହିଁ । ଯୁଦ୍ଧରେ କେଉଁ ଅସ୍ତ୍ର ବ୍ୟବହାର ହେବ, କାହାକୁ ଟାର୍ଗେଟ କରାଯିବ । ଏହି ନିୟମ ସବୁକୁ ଆନ୍ତ୍ରଜାତୀୟ ମାନବିକତା ଆଇନ ବା ଯୁଦ୍ଧ ଆଇନ କୁହାଗଲା ।

ଜେନେଭା ସମ୍ମିଳନୀ ସମୟରେ ଯୁଦ୍ଧ ସମ୍ବନ୍ଧରେ ୧୬୧ ନିୟମ ପ୍ରସ୍ତୁତ ହୋଇଥିଲା । ଏହାକୁ ୧୯୬ଦେଶ ସ୍ୱୀକୃତି ଦେଇଛନ୍ତି । ଏହି ସମସ୍ତ ଦେଶ ଯୁଦ୍ଧ ସମୟେର ଏହି ନିୟମ ମାନିବାକୁ ବାଧ୍ୟ । ଏହା ମଧ୍ୟ ଏଥିରେ ଲେଖାଯାଇଛି ଯେ କେତେବେଳେ ଯୁଦ୍ଧ ସମୟରେ ଯୁଦ୍ଧର ନିୟମ ଲାଗୁହେବ । ଏହି ନିୟମ କରିବା ପଛରେ ଉଦ୍ଦେଶ୍ୟ ଥିଲା ଯେଉଁମାନେ ଯୁଦ୍ଧ କରନ୍ତି ନାହିଁ କିମ୍ବା ଯୁଦ୍ଧ କରିବା ସ୍ଥିତିରେ ନାହାନ୍ତି ସେମାନଙ୍କୁ ସୁରକ୍ଷା ଦେବା ।

ଯୁଦ୍ଧର ନିୟମ ଅନୁଯାୟୀ ଯଦି କୌଣସି ଦେଶ ମଧ୍ୟରେ ଯୁଦ୍ଧ ଚାଲିଥାଏ ତେବେ ଏହି ନିୟମ ଲାଗୁ ହେବ ନାହିଁ । ଯେତେବେଳେ ଦୁଇ କିମ୍ବା ଅଧିକ ଦେଶ ମଧ୍ୟରେ ଯୁଦ୍ଧ ହୁଏ ସେସବୁରେ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ ତେବେ ଏହି ନିୟମ ଲାଗୁହେବ ।

୧- ଯୁଦ୍ଧ ଆଇନରେ ସ୍ପଷ୍ଟ ଭାବରେ ଲେଖାଯାଇଚି କି ଯୁଦ୍ଧ ସମୟରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯିବ ନାହିଁ । ଏମିତିକ ସ୍ୱାସ୍ଥ୍ୟ କର୍ମୀ ଓ ସାମ୍ବାଦୀକଙ୍କୁ ନିଶାନା ବନାଯିବ ନାହିଁ ।

୨-ଆବାସିକ କ୍ଷେତ୍ର, କୋଠା, ବିଦ୍ୟାଳୟ, କଲେଜ ଏବଂ ସାଧାରଣ ଘରକୁ ଟାର୍ଗେଟ କରାଯାଇପାରିବ ନାହିଁ । ଏପରିକି ଡାକ୍ତରଖାନା ଏବଂ ମେଡିକାଲ ୟୁନିଟ ଉପରେ ମଦ୍ୟ ଆକ୍ରମଣ କରାଯାଇପରିବ ନାହିଁ ।

୩-ଐତିହାସିକ ଓ ଧାର୍ମିକ, ସାଂସ୍କୃତିକ, ଐତିହ୍ୟ ମଧ୍ୟ ଯୁଦ୍ଧ ସମୟରେ ଆକ୍ରଣଣ ହୋଇପାରିବ ନାହିଁ । ଏମିତିକି କୌଣସି ଦେଶର ନାଗରିକଙ୍କ ପାଇଁ ନିର୍ମିତ ଆଶ୍ରୟସ୍ଥଳୀ ଉପରେ ବି ଆକ୍ରମଣ ହୋଇପାରିବ ନାହିଁ ।

୪-କୌଣସି ଦେଶରୁ ଆକ୍ରମଣ କରିବା ପୂର୍ବରୁ ଚେତାବନୀ ଦେବା ଆବଶ୍ୟକ । କୈଣସି ଦେଶ ଚେତାବନୀ ନଦେଇ ଅନ୍ୟ ଦେଶ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିପାରିବ ନାହିଁ । ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ନାଗରିକଙ୍କୁ ବାହାର କରିବା ଦାୟିତ୍ୱ ନିଜ ଦେଶ ଉପରେ । ସାଧାରଣ ନାଗରିକଙ୍କୁ ଯିବା ବନ୍ଦ କରାଯାଇପାରିବ ନାହିଁ ।

୫-ଯୁଦ୍ଧ ସମୟରେ ସାମରିକ ଠିକଣାକୁ ଟାର୍ଗେଟ କରାଯାଇପାରେ । ଯଦି ଯୁଦ୍ଧ ସମୟରେ ଶତ୍ରୁ ଦେଶର ସୈନ୍ୟ ଆତ୍ମ ସମପ୍ରମ କରନ୍ତି ତେବେ ଏହାକୁ ମାନବିକ ବ୍ୟବହାର କରାଯିବ । ତାଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ୁ ସାହାଯ୍ୟ କରାଯିବ । ଯୁଦ୍ଧର ବନ୍ଦୀଭାବରେ ନିଆଯାଇଥିବା ସୈନିକମାନଙ୍କୁ ମାନବିକତାର ସହ ବ୍ୟବହାର କରିବା ଆବଶ୍ୟକ ।

୬-ଯୁଦ୍ଧ ନିୟମ ଅନୁଯାୟୀ ଯଦି କୌଣସି ଦେଶ ଯୁଦ୍ଧ ସମୟରେ ନିୟମ ଉଲଙ୍ଘନ କରେ ତେବେ ଏହାକୁ ଯୁଦ୍ଧ ଅପରାଧ ଭାବରେ ବିବେଚନା କରାଯିବ । ଯୁଦ୍ଧ ଆଇନର ଅଧ୍ୟାୟ ୪୪ଅନୁଯାୟୀ ନିୟମ ଉଲଙ୍ଘନ କରୁଥିବା ଦେଶ ଅନ୍ତର୍ଜାତୀୟ ନ୍ୟାୟଳୟରେ ବିଚାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.